୧୦ ଘଣ୍ଟା ପରେ ହସ୍ପିଟାଲ ଛାତରୁ ଉଦ୍ଧାର ହେଲେ ରୋଗୀ , ଅଜଣାତରେ .. …
1 min readଝାରସୁଗୁଡା : ୧୦ ଘଂଟା ପରେ ଷଷ୍ଠ ମହଲାରେ ଚଢିଥିବା ରୋଗୀ ଙ୍କୁ ଉଦ୍ଧାର କଲା ଦମକଳ ବାହିନୀ। ଉଦ୍ଧାର ହୋଇଥିବା ଯୁବକ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶରୀରର କିଛି ଅଂଶ ଜଳି ଯାଇଥିବାରୁ ସର୍ଜରୀ ୱାର୍ଡ ରେ ଚିକିତ୍ସିତ ହେଉଥିଲା।
ଗତରାତିରେ ଡାକ୍ତରଖାନାର ଦଶମ ମହଲାକୁ ଚଢ଼ିଯାଇ ଓହ୍ଲାଇ ପାରି ନଥିଲା । ଓହ୍ଲାଇବାକୁ ଚେଷ୍ଟା କରି ଷଷ୍ଠ ମହଲା ନିକଟରେ ଅଟକି ଯାଇଥିଲା । ଉଦ୍ଧାର ପାଇବା ପରେ ଯୁବକ ଜଣକ ଅନ୍ୟ ୩ ଜଣ ସାଙ୍ଗ ସହ ଚଢିଥିବା କହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ ରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ବିଳମ୍ବିତ ରାତିରେ ହସ୍ପିଟାଲ ଛାତରେ ଚଢି ଷଷ୍ଠ ମହଲାରେ ବସି ରହିଥିଲା । ଉପରୁ ଡେଇଁ ପଡିବା ଧମକ ମଧ୍ୟ ଦେଉଥିଲା । ତାକୁ ଉଦ୍ଧାର କରିବାକୁ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ଛାତରେ ଚଢିଥିବା ରୋଗୀ ମାନସିକ ଭାରସାମ୍ୟ ହରାଇଥିବା ରୋଗୀ ବୋଲି ହସ୍ପିଟାଲ ମ୍ୟାନେଜର ସୂଚନା ଦେଇଛନ୍ତି ।