Pratidin TV

Odisha's Digital News Platform

ଓଡ଼ିଶା ଜଙ୍ଗଲରୁ ବାହାର ରାଜ୍ୟକୁ ହେଉଥିଲା କାଠ ଚାଲାଣ, ମାଡି ବସିଲା ପୋଲିସ

1 min read

ବଲାଙ୍ଗୀର ; ଓଡ଼ିଶା ଜଙ୍ଗଲରୁ ବାହାର ରାଜ୍ୟକୁ ହେଉଛି କାଠ ଚାଲାଣ । କାଠ ମାଫିଆ ଟନ୍ ଟନ୍ ମୂଲ୍ୟବାନ କାଠ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି । ଏହିପରି ଭାବେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଳ ଅଞ୍ଚଳରୁ ହରିଆଣା ରାଜ୍ୟକୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଚାଲାଣ ହେଉଥିବା ବେଳେ ପାଟଣାଗଡ଼ ଠାରେ ମାଡିବସିଛି ସ୍ଥାନୀୟ ପୋଲିସ । ସୂଚନା ଅନୁସାରେ ଗତକାଲି ପାଟଣାଗଡ଼ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ବର୍ଥଲା ଛକ ନିକଟରେ ଖଇର ବୋଝେଇ ଏକ ଟ୍ରକକୁ ଅଟକାଇଥିଲା ।

ତଦନ୍ତରୁ ଜଣାପଡିଥିଲା ସେଥିରେ ବିପୁଳ ପରିମାଣରେ ଖଇର କାଠ ବୋଝେଇ ହୋଇ ପାଟଣାଗଡ ବ୍ଲକ ତୁର୍ଲାମାଲ ଜଙ୍ଗଳରୁ ବାହାର ରାଜ୍ୟ ହରିଆଣା ସ୍ଥିତ ନିଳଗିରୀକୁ ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ପୋଲିସ ଟ୍ରକ ନଂ ଏଚଆର ୪୬ଡି- ୭୦୯୨ ସହ ଡ୍ରାଇଭର ଏବଂ ହେଲ୍ପରକୁ ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଏନେଇ ଫରେଷ୍ଟ ଆକ୍ଟ ଆନୁସାରେ ପାଟଣାଗଡ ଥାନା କେସନଂ ୧୨୮/୨୪ ଏକ ମାମଲା ରୁଜୁ କରି ଡ୍ରାଇଭର ଏବଂ ହେଲ୍ପରକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାରେ ଯେକୌଣସି ଲୋକ ସମ୍ପୃକ୍ତ ଥିଲେ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପାଟଣାଗଡ ଏସଡିପିଓ ସଦାନନ୍ଦ ପୁଝାରୀ ସୂଚନା ଦେଇଛନ୍ତି ।

Advertisement

ଜବତ ହୋଇଥିବା କାଠର ଆନୁମାନିକ ମୁଲ୍ୟ ୪ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଅଞ୍ଚଳରୁ ବିପୁଳ ପରିମାଣରେ କାଠ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଲେ ବନ ବିଭାଗ ଛୋଟଛୋଟ ମାଛକୁ ଧରୁଥିବା ବେଳେ ବଡ଼ ବଡ ମାଛ ଖସି ଯାଉଛନ୍ତି ଏବଂ ପାଟଣାଗଡ଼ ପୋଲିସ ଏତେ ବଡ ଧରଣର ବେଆଇନ ଚୋରା କାଠ ଚାଲାଣ କୁ ଧରିଥିବାରୁ ଜନସାଧାରଣ ପୋଲିସ କୁ ସାଧୁବାଦ ଜଣାଇଥିବା ବେଳେ ବନବିଭାଗ ର କାର‌୍ୟ୍ୟକଳାପ ଉପରେ ସନ୍ଦେହ କରୁଥିବା ସାଧାରଣରେ ଆଲୋଚନା ହେଉଅଛି ।

Leave a Reply

Your email address will not be published. Required fields are marked *