ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା , ୬ ବର୍ଷ ପରେ ୫୧ ନଂ ସାକ୍ଷୀ ସ୍ତ୍ରୀ ରିମାରାଣୀଙ୍କ ସାଖ୍ୟ ପ୍ରଦାନ ।
1 min readବଲାଙ୍ଗିର ; ବହୁଚର୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ୫୧ ନଂ ସାକ୍ଷୀ ସ୍ତ୍ରୀ ରିମାରାଣୀ କୋର୍ଟ ରେ ତାଙ୍କ ଶଶୁର ରବୀନ୍ଦ୍ର ସାହୁ ଙ୍କ ସହ ହାଜର ହେବା ସହିତ ତାଙ୍କର ସାକ୍ଷୀ ପ୍ରଦାନ କରିଛନ୍ତି ଓ ସାଖ୍ୟ ପ୍ରଦାନ ପରେ ସେ ଦୃଢୋକ୍ତି ସହକାରେ କୋର୍ଟ ଉପରେ ତାଙ୍କର ଭରସାଥିବା କଥା ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଛନ୍ତି ।
୨୦୧୮ ଫ୍ରେବୃଆରୀ ୨୩ ବିସ୍ପୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମା ଜେମାମଣି ସାହୁ ମୃତ୍ୟୁ ବରଣ କରିଥିବା ବେଳେ ରିମାରାଣୀ ୭୦% ପୋଡ଼ିଯାଇଥିଲେ । ପାର୍ସଲ ବୋମା ଘଟଣାର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେର ବଲାଙ୍ଗିର ଜେଲ ରେ ବିଚରାଧୀନ କଏଦି ଭାବରେ ରହିଥିବା ବେଳେ ପାଟଣାଗଡ଼ ଜିଲ୍ଲା ଦୌରାଜଜ ଙ୍କ କୋର୍ଟରେ ଚାଲିଛି ବିଚାର । ୬୮ ଜଣ ସାକ୍ଷୀ ଙ୍କ ମଧ୍ୟରୁ ରିମାରାଣୀ ହେଉଛନ୍ତି ୫୧ ନଂ ସାକ୍ଷୀ ।
ସରକାରୀ ଓକିଲ ଙ୍କ କହିବା ଅନୁସାରେ ଆଉ ମଧ୍ୟ କିଛି ସାକ୍ଷୀ ଙ୍କ ବୟାନ ଅଛି କିଛି ସାକ୍ଷୀ ଛତିଶଗଡ ତଥା ମୁମ୍ବାଇ ର ସାକ୍ଷ୍ୟ ଗ୍ରହଣ ପରେ ଖୁବ୍ ଶୀଘ୍ର କେସ ର ସମାପ୍ତି ହେବ ବୋଲି କହିଛନ୍ତି ସରକାରୀ ଓକିଲ ଆଶିଷ ଚନ୍ଦନ ।