Pratidin TV

Odisha's Digital News Platform

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା :ସାକ୍ଷୀ ଦେଲେ ଆଇପିଏସ୍ ଅରୁଣ ବ୍ରୋଥା ..

1 min read

ଏବେ ନୂଆମୋଡ ନେଇଛି ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ସାମ୍ନାକୁ ଆସିଛି ନୂଆ ତଥ୍ୟ । କୋର୍ଟରେ ହାଜର ହୋଇ ସାକ୍ଷୀ ଦେଇଛନ୍ତି ଆଇପିଏସ୍ ଅରୁଣ ବ୍ରୋଥା । ଘଟଣାକୁ ୬ବର୍ଷ ପୂରିଥିଲେ ମଧ୍ୟ କୋର୍ଟରେ ଏହାର ଶୁଣାଣି ଚାଲିଛି। ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ଆଇପିଏସ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ୬୦ନଂ ସାକ୍ଷୀ ଭାବରେ ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏହି ସମୟରେ କୋର୍ଟରେ ସରକାରୀ ଓକିଲ ଓ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ଉପସ୍ଥିତ ଥିଲେ। ତେବେ କୋର୍ଟରେ କଣ ଶୁଣାଣି ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଘଟଣାର ତଦନ୍ତ କରୁଥିଲେ ଆଇପିଏସ୍ ଅରୁଣ ବ୍ରୋଥା । 2018 ମସିହାରେ ଏହି ଘଟଣା ଘଟିଥିଲେ ଆଜିବି ନ୍ୟାୟ ଆଶାରେ ଚାହିଁ ରହିଛନ୍ତି ଲୋକେ ।

ବୋମା ବିସ୍ଫୋରଣରେ ନବବଧୂଙ୍କ ସ୍ୱାମୀ ଓ ଜେଜେମାଙ୍କ ହୋଇଥିଲା ମୃତ୍ୟୁ । ଘଟଣାର ତଦନ୍ତ କରୁଥିଲେ ଅରୁଣ ବ୍ରୋଥା । ୨୦୧୮ରେ ଘଟିଥିବା ମାମଲାରେ ନ୍ୟାୟ ଆଶାରେ ପରିବାର । ସୂଚନାଯୋଗ୍ୟ ୨୦୧୮ ମସିହାରେ ଏହି ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ପାଟଣାଗଡ଼ ସହରର ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ପୁଅ ବାହାଘରରେ ଆସିଥିବା ଏକ ପାର୍ସଲରେ ବୋମା ଥିବାରୁ ଏହାକୁ ଖୋଲିବା ମାତ୍ରେ ବିସ୍ଫୋରଣ ଘଟିଥିଲା। ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ହେବା ପରେ ସୁସ୍ଥ ହୋଇଥିଲେ। ଏହି ମାମଲାରେ ପୁଞ୍ଜିଲାଲ୍‌ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି।

Advertisement

Leave a Reply

Your email address will not be published. Required fields are marked *