Pratidin TV

Odisha's Digital News Platform

ସ୍ୱାମୀ ମୃତ୍ୟୁର ୬ ଦିନ ପରେ ବି ବିଧବା ହୋଇନି ସୁଭଦ୍ରା ! ଶାଶୁଘର ଲୋକମିଶି ଦେଲେ ଏଭଳି ନିର୍ଯ୍ୟାତନା , ଶେଷରେ ନ୍ୟାୟ ପାଇଁ ହେଲା ଥାନାର ଦ୍ୱାରସ୍ଥ….

1 min read

ପଟ୍ଟାମୁଣ୍ଡାଇ : ସ୍ୱାମୀ ମୃତ୍ୟୁର ଛ ଦିନ ପରେ ବି ଖୋଲାହେଲାନାହିଁ ସ୍ତ୍ରୀ ସୁଭଦ୍ରା ହାତରୁ ଶଙ୍ଖା । ଫେସବୁକ ରେ ସ୍ୱାମୀଙ୍କ ଦେହାନ୍ତର ଖଵର ପାଇଁ ଶାଶୂଘରେ ପହଞ୍ଚିଲେ ସୁଭଦ୍ରା ! ତାପରେ ଆରମ୍ବ ହେଇଯାଇଥିଲା ସୁଭଦ୍ରା ଉପରେ ଗାଳି ଓ ମାଡର ବର୍ଷା । ମାଡ ମାରିଲେ ନିଜ ଶାଶୂଘର ଲୋକ ତାହା ପୁଣି ଖୋଦ ଗାଁ ଲୋକଙ୍କ ଉପସ୍ଥିତିରେ । ଏମିତିକି ନିଜ ଦେଢଶୁର ପ୍ରମୋଦ ରାଉତ ସୁଭଦ୍ରଙ୍କ କପଡା ଚିରି ଛାତିରେ ମାଡ ମାରିଥିଲେ । ଯାହାର ଭିଜୁଆଲ ନିଜେ ସୁଭଦ୍ରା ଗଣମାଧ୍ୟମ ଆଗରେ ଦର୍ଶାଇଥିଲେ ! ଏବେ ଅର୍ଦ୍ଧ ବିଧବା ର ବେଶଧରି ନ୍ୟାୟ ପାଇଁ ଜିଲ୍ଲାପ୍ରଶାସନର ଦ୍ଵାରସ୍ଥ ହେଲେ ସୁଭଦ୍ରା ।

ସୂଚନା ଅନୁଯାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସଂସାରଫଳ ଗ୍ରାମର ପ୍ରମୋଦ ପତ୍ରଙ୍କ ଝିଅ ସୁଭଦ୍ରା ପାତ୍ର ‘ ବିଲିକଣା ଗରା ଗାଁର ମାୟାଧର ରାଉତଙ୍କ ପୁଅ ମନୋଜ କୁ ୨୦୧୩ ମସିହାରେ ବିବାହ କରି ମାୟାଧରଙ୍କ ଘରକୁ ବୋହୁ ହୋଇଯାଇଥିଲା । ୨୦୧୩ ରେ ବାହାଘର ୨୦୧୭ ରେ ପ୍ରଥମ ଝିଅ । ୨୦୧୯ ରେ ଦ୍ୱିତୀୟ ଝିଅ ଜନ୍ମ ଦେବାରୁ ସୁଭଦ୍ରା ଜୀବନରେ ଆସିଥିଲା ଝଡ଼ । ଡାକ୍ତର ବରଣ କଲେ ସୁଭଦ୍ରକୁ ମା ହେବାପାଇଁ । ଯେତେବେଳେ ଶାଶୂଘର ଲୋକ ଜାଣିବାକୁ ପାଇଲେ ସୁଭଦ୍ରା ଆମକୁ କେବେବି ପୁଅଟିଏ ଦେଇପାରିବନାହିଁ । ସେତେବେଳେ ଆରମ୍ଭ ହୁଏ ସୁଭଦ୍ରାଉପରେ ମାନସିକ ଓ ଶାରୀରିକ ଅତ୍ୟାଚାର । ଏମିତିକି ପରିବ।ର ଲୋକଙ୍କ କଥାରେ ପଡି ନିଜ ସ୍ୱାମୀ ମାଡମାରି ଘରୁ ବାହାର କରିଦେଇଥିଲେ । ସେହି ଦିନ ଠାରୁ ସୁଭଦ୍ରା ନିଜ ବାପାଙ୍କ ସାଥିରେ ବାହାର ରାଜ୍ୟରେ ଶ୍ରମିକ ଭାବେ କାମକରିଥିବାବେଳେ ଫେସବୁକ ରେ ସ୍ୱାମୀଙ୍କ ମୃତୁ ଖଵର ପାଇ ଶାଶୁଘର କୁ ଧାଇଁଆସିଥିଲେ । ହେଲେ ସୁଭଦ୍ରାଙ୍କ ଶାଶୂଘର ଲୋକ ସୁଭଦ୍ରାଙ୍କୁ ନା ଘରେ ପୁରାଇଲେ ନା ବୈଦିକ ରୀତିରେ ସୁଭଦ୍ରଙ୍କୁ ବିଧବା ସଜାଇଲେ ।

Advertisement

ଆଜି ସୁଭଦ୍ରା ମଥାରେ ସିନ୍ଦୁର ପିନ୍ଧିନାହାନ୍ତି ସତ ହେଲେ ହାତର ଶଙ୍ଖା ସମାଜ ପାଇଁ ଏକ ପ୍ରଶ୍ନବାଚି ସୃଷ୍ଟି କରୁଛି । ଅନ୍ୟାପକ୍ଷରେ ଅଭିଯୋଗ ପାଇଲା ପରେ ପ୍ରଶାସନ ପୀଡ଼ିତାକୁ କି ନ୍ୟାୟ ଦେଉଛି ଓ ସୁଭଦ୍ରା ର ହାତରୁ ବେକେ ଶଙ୍ଖା କଢ଼ା ହେଉଛି ।

Leave a Reply

Your email address will not be published. Required fields are marked *