Pratidin TV

Odisha's Digital News Platform

ଲଭ୍ –ସେକ୍ସ-ଧୋକା : ସର୍ଚ୍ଚ ୱାରେଣ୍ଟରେ ସାମ୍ବାଦିକ ‘ସରୋଜ୍‌’ ,କାନ୍ଥରେ ପୋଷ୍ଟର ଛାପି ଖୋଜିଲା ପୋଲିସ୍ ..

1 min read

କେନ୍ଦ୍ରାପଡା : ବନ୍ଧା ହେବେ କି ବଡ ଟିଭି ର ସାମ୍ବାଦିକ ! ଦିନେ ଅନ୍ୟର ଅପରାଧ,ଲଭ ,ସେକ୍ସ ,ଧେ।କ। ଏବଂ ହତ୍ୟା ଭଳି ଖବର ଦେଖାଉଥିବା ଚର୍ଚ୍ଚିତ ସାମ୍ବାଦିକ ଆଜି ନିଜେ ପାଲଟି ଗଲା ବଡ଼ ଖବର । ଏମିତି ସେମିତି ଖବର ନୁହେଁ , ଏହା ଏମିତି ଏକ ମାମଲା ଯାହାକୁ ପ୍ରସାରଣ କରିବାକୁ ଭୟ କରୁଛି ଗଣମାଧ୍ୟ୍ୟମ । କାରଣ ଏ ବାବୁ ହେଉଛନ୍ତି ଗୋଟେ ଚର୍ଚ୍ଚିତ ଟିଭି ର କଳଙ୍କିତ ସାମ୍ବାଦିକ । ଏହି ବାବୁ ଜଣଙ୍କ କିଛିଦିନ ତଳେ ଦିନ ଦ୍ୱିପ୍ରହର ସମୟରେ ବିଚ୍ ରାସ୍ତାରେ ଜଣେ ଯୁବତୀଙ୍କ ଠାରୁ ମଦ ଖାଉଥିବା ଭିଡିଓ ଭାଇରାଲ ହୋଇଥିଲା ।

Advertisement

ବର୍ତ୍ତମାନ ପୋଲିସ ଏହି କଳଙ୍କିତ ସାମ୍ବାଦିକ ଜଣଙ୍କର ଫଟୋ କାନ୍ଥ ବାଡ ରାସ୍ତାରେ ଛପାଇ ତାଙ୍କୁ ଖୋଜିବାରେ ଲାଗିଛି । ପୋଲିସକୁ ଏମିତି ନାକେଦମ୍ କରିଥିବା ଏହି ସାମ୍ବାଦିକ ଜଣଙ୍କ ହେଉଛନ୍ତି ସରୋଜ ରଥ । ଘର ଫଟ୍ଟାମୁଣ୍ଡାଇ ଅଞ୍ଚଳର ନିମାପୁରରେ । ତେବେ ଚାଲନ୍ତୁ ଜାନୀବା ସମ୍ପୂର୍ଣ୍ଣ ଘଟଣା ବିଷୟରେ । କାହିଁକି ପୋଲିସ ଏପରି ପୋଷ୍ଟର ଲଗାଇ ଜଣେ ସାମ୍ବାଦିକକୁ ଖୋଜୁଛି ।

ମିଳିଥିବା ସୂଚନା ଅନୁଯାୟୀ ସରୋଜ୍ ଜଣେ ଯୁବତୀଙ୍କ ସହ ପ୍ରଥମ ଲଭ ଓ ପରେ ସେକ୍ସ ତାପରେ ପ୍ରତାରଣା କରିଥିବାନେଇ ପୀଡିତା ଜଣକ କେନ୍ଦ୍ରାପଡା ପୋଲିସଥାନାର ଦ୍ୱାରସ୍ତ ହୋଇଥିଲା । ସେଠାରୁ ନିରାଶ ହେବା ପରେ ପୀଡିତା ଜଣଙ୍କନ୍ୟାୟ ପାଇଁ ଡିଜି ଅଫିସ୍ ଯାଇଥିଲେ । ତେବେ ଆଜି ପଟ୍ଟାମୁଣ୍ଡାଇ ପୋଲିସ ସରୋଜ କୁ ୱାଣ୍ଟେଡ ଘୋଷଣା କରିବା ସହିତ ଥାନା କାନ୍ଥ ଠାରୁ ଆରମ୍ଭ କରି ଅଞ୍ଚଳର ବିଭିନ୍ନ ସ୍ଥାନରେ ସରୋଜ ରଥଙ୍କ ୱାଣ୍ଟେଡ ପୋଷ୍ଟର ମାରିଛି ।

ଅନ୍ୟପଟେ ପୋଲିସ ଆଖିରୁ ନିଦ ହଜାଇଦେଥିବା ସରୋଜ ଏବେ କେଉଁଠି ତାକୁ ଧରିବାପାଇଁ ପଟ୍ଟାମୁଣ୍ଡାଇ ପୋଲିସ ୩ ଗୋଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ତେବେ ପୀଡିତା କେନ୍ଦ୍ରାପଡ଼ା ପୋଲିସ ଠାରୁ ନ୍ୟାଏ ନପାଇ ଡିଜି ଙ୍କ ଦ୍ଵାରସ୍ତ ହେବା ଓ ଆସନ୍ତା ୪ ତାରିଖରେ ଡ଼ିଜି ଙ୍କ କାର୍ଯ୍ୟଳୟ ସମ୍ମୁଖରେ ରେ ଆତ୍ମହୁତି ଦେବାର ଚେତାବନୀ ପରେ ଆଜି ପଟ୍ଟାମୁଣ୍ଡାଇ ପୋଲିସ ଆକସନ ମୁଡକୁ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ତେବେ ଦେଖିବା ବାକି ରହିଲା ଯେ ପଟ୍ଟାମୁଣ୍ଡାଇ ପୋଲିସ କେତେଶ୍ରୀଘ୍ର ସରୋଜଙ୍କୁ ଧରି ପୀଡିତା ଜଣଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *