Pratidin TV

Odisha's Digital News Platform

ପୱନ କଲ୍ୟାଣ ଙ୍କ ପାଇଁ ଖୁସି ଖବର , ସ୍ନାତକ ପାସ୍‌ କଲେ ସ୍ତ୍ରୀ ..

1 min read

ପୱନ କଲ୍ୟାଣ ଙ୍କ ପାଇଁ ପୁଣି ଏକ ଖୁସି ଖବର । ଚଳିତ ନିର୍ଵାଚନରେ ଅଭିନେତା ତଥା ରାଜନେତା ପୱନ କଲ୍ୟାଣଙ୍କ ଦଳ ବାଜି ମାରିଥିବା ବେଳେ ଏବେ ତାଙ୍କ ସ୍ତ୍ରୀ ସ୍ନାତକ ପାସ୍‌ କରିଛନ୍ତି  ।ପୱନ କଲ୍ୟାଣଙ୍କ ପତ୍ନୀ ତଥା ରୁଷୀୟ ମଡେଲ ଅନ୍ନା ଲେଜନେୱାଙ୍କୁ ନେଇ ଚର୍ଚ୍ଚା ହେଇଛି । ଅନ୍ନା ଏବେ ସ୍ନାତକ ପାସ୍‌ କରିଛନ୍ତି ।

୪୩ ବର୍ଷ ବୟସରେ ସେ ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟିରୁ ମାଷ୍ଟର ଅଫ ଆର୍ଟସ୍‌ ଡିଗ୍ରୀ ହାସଲ କରିଛନ୍ତି । ଉକ୍ତ ୟୁନିଭରସିଟିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କୁ ସ୍ନାତକ ଉପାଧି ଗ୍ରହଣ କରିବାକୁ ମଞ୍ଚକୁ ଡକାଯାଇଛି ଏବଂ ସେ ମଞ୍ଚକୁ ଯାଇ ଉପାଧି ଗ୍ରହଣ କରୁଛନ୍ତି ।ଏହି ବିଶେଷ ଉତ୍ସବରେ ସ଼୍ବାମୀ ପୱନ କଲ୍ୟାଣ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ନଜର ଆସିଛନ୍ତି।

Advertisement

Leave a Reply

Your email address will not be published. Required fields are marked *