କେରଳରେ ଗୋଟିଏ ଦିନ ପାଇଁ ଭଡାରେ ମିଳୁଛି ପୋଲିସ, କୁକୁର ଏବଂ ପୁରା ପୋଲିସ ଷ୍ଟେସନ…
1 min read
କେରଳ: ଆପଣ ବି ଚାହିଁଲେ ଭଡାରେ ନେଇପାରିବେ ସ୍ୱତନ୍ତ୍ର ସୁରକ୍ଷା । ସେଥିପାଇଁ ଆପଣଙ୍କୁ ଦେବାକୁ ପଡିବ ୩୪,ହଜାର ଟଙ୍କା । ଜଣେ ପୋଲିସ ଅଧିକାରୀଙ୍କ ସହ ତାଲିମ ପ୍ରାପ୍ତ କୁକୁର ଓ ସୁରକ୍ଷା ପାଇଁ ଆବଶ୍ୟକ ଉପକରଣ ଗୁଡିକ ସୁବିଧା ଆପଣ ପାରିପାରିବେ । ଆଉ ୧୨ ହଜାର ଟଙ୍କାରେ ଗୋଟିଏ ଦିନ ପର୍ଯ୍ୟନ୍ତ ଆପଣ ପୋଲିସ ଷ୍ଟେସନର ବ୍ୟବହାର ମଧ୍ୟ କରିପାରିବେ। ହଁ ଆଜ୍ଞା ଏପରି ସୁବିଧା ବିଷୟରେ ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ । ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ କଣ ସତରେ ଏପରି ସୁବିଧା ସାଧାରଣ ଲୋକଙ୍କ ପାଇଁ ଉର୍ଦ୍ଧିଷ୍ଟ ହେଉଛି? ତାହେଲେ ଆସନ୍ତୁ ଜାଣିବା କଣ ରହିଛି ଏହାର ସତ୍ୟାସତ୍ୟ ।
ସୂଚନା ଅନୁସାରେ କେରଳରେ ଏଇ ନିକଟରେ ଏକ ସରକାରୀ ଆଦେଶରେ ଏହି ଯୋଜନାର ରେଟ୍ କାର୍ଡ ଉଲ୍ଲେଖ କରାଯାଇଥିଲା । ଯେଉଁଥିରେ ସର୍କଲ ଇନ୍ସପେକ୍ଟର ର୍ୟାଙ୍କର ଅଧିକାରୀଙ୍କୁ ନିଯୁକ୍ତି ଦେବାପାଇଁ ଦୈନିକ ପ୍ରାୟ ୩୦୩୫ ଟଙ୍କା ଏବଂ ୩୩୪୦ ଟଙ୍କା ଖର୍ଚ୍ଚ ହେଉଥିଲା । ଆଉ ଜଣେ ସିଭିଲ ସର୍ଭିସ ଅଧିକାରୀଙ୍କ ମୂଲ୍ୟ ୬୧୦ ଟଙ୍କା ରହିଥିବା ବେଳେ ପୁଲିସ ଦ୍ୱାରା ତାଲିମ ପ୍ରାପ୍ତ କୁକୁର ପାଇଁ ୭୨୮୦ ଟଙ୍କା ଦେବାକୁ ପଡିବ । ଏଥିସହ ଅନ୍ୟାନ୍ୟ ଉପକରଣ ର ଭଡା ୭୨୮୦ ଟଙ୍କା ହେବ।
ତେବେ କେରଳରେ ଏହି ଯୋଜନାକୁ ସମାଲୋଚିତ କରାଯାଉଥିବା ବେଳେ ବାସ୍ତବରେ ଏହା କିଛି ସମୟ ପାଇଁ ଏହା ବିଦ୍ୟମାନ ଥିଲା । ଏହି କ୍ରମରେ ବେସରକାରୀ ପାର୍ଟି, ମନୋରଞ୍ଜନ ସଂସ୍ଥା ଏବଂ ଚଳଚିତ୍ର ସୁଟିଂ ଏହାର ସମ୍ଭାବ୍ୟ ଗ୍ରାହକ ଭାବେ ଅର୍ନ୍ତଭୁକ୍ତ ହୋଇଛି । ଏଭଳି ପଦକ୍ଷେପ ପଛରେ ଏହାର ନୈତିକତା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଏହାକୁ ନେଇ କେତେକ ସରକାରୀ ଅଧରକାରୀ ମାନେ ତତ୍ପରତା ପ୍ରକାଶ କରିଥିଲେ ।