Pratidin TV

Odisha's Digital News Platform

ପାଇଖାନା ଟାଙ୍କି ସଫା ବେଳେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କା , ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

1 min read

କେନ୍ଦ୍ର ସରକାରଙ୍କୁ ବଡ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଶୁକ୍ରବାର ଦିନ ଦେଶରେ ସ୍ୱରେଜ ସଫେଇ କର୍ମଚାରୀଙ୍କୁ ନେଇ ସୁପ୍ରମକୋର୍ଟ ବଡ ଘୋଷଣା କରିଛନ୍ତି । ପାଇଖାନା ଟାଙ୍କି ସଫାକରୁ ଥବା ସମୟରେ ମୃତ୍ୟୁ ହଲେ ୩୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଛନ୍ତି । ମୃତକଙ୍କ ପରିବାର ସଦସ୍ୟଙ୍କୁ ଏହି ଟଙ୍କା ଦେବାକୁ ସୁପ୍ରିମକୋର୍ଟ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଯଦି କୌଣସି ସଫେଇ କର୍ମୀ ଚିରଦିନ ପାଇଁ ଦିବ୍ୟାଙ୍ଗ ପାଲଟି ଯାଆନ୍ତି ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ସେହିପରି ଅନ୍ୟ ଦିବ୍ୟାଙ୍ଗ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱରେଜ ସଫେଇ ସମୟରେ ହେଉଥିବା ମୃତ୍ୟୁକୁ ନେଇ ଏକ ଜନସ୍ୱାର୍ଥ ମାମଲା ର ଶୁଣାଣି କରି ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ମଇଳା ବାହାର କରିବାର ପ୍ରଥା ସମ୍ପୂର୍ଣ୍ଣ ବନ୍ଦ ହେଉ । ଏହାକୁ ସୁନିଶ୍ଚିତ କରିବା ପାଇଁ କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଜୁଲାଇରେ ଲୋକସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଗତ ୫ ବର୍ଷରେ ସ୍ୱରେଜ ଏବଂ ସେପ୍‌ଟିକ ଟ୍ୟାଙ୍କ ସଫା କରିବା ସମୟରେ ୩୪୭ ଲୋକଙ୍କ ଜୀବନ ଯାଇଥିଲା । ଏଥିରୁ ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ ଦିଲ୍ଲୀରେ ୪୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *