ଥମୁନି ପେଟିଏମ୍ ବିବାଦ; ଚାକିରୀ ଯିବା ଭୟରେ ନିଜ ଜୀବନ ନେଇଗଲେ ଫିଲ୍ଡ ମ୍ୟାନେଜର କର୍ମଚାରୀ
1 min readବଡ ଝଟକା ଲାଗିଛି ପେଟିଏମ୍ କୁ | କମୁନି ପେଟିଏମ ବିବାଦ | ଡେଡଲାଇନ ପୂର୍ବରୁ ମିଳିଛି ପେଟିଏମକୁ ବଡ ବଡ ଝଟକା | ଦିନକୁ ଦିନକୁ ବଢ଼ିବାରେ ଲାଗିଛି ପେଟିଏମର ବିବାଦିୟ ଖବର | ସେପଟେ ଭୟରେ ଆତ୍ମହତ୍ୟା କରିଛନ୍ତି ଜଣେ ପେଟିଏମ କର୍ମଚାରୀ | ଏପରି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ସହରରେ ।
ସୂଚନା ଅନୁସାରେ, ଚାକିରୀ ଜଜିବ ଭୟରେ ନିଜ ଜୀବନ ହାରିଛନ୍ତି ପେଟିଏମ୍ ର ଜଣେ ଫିଲ୍ଡ ମ୍ୟାନେଜର |ପୋଲସ ସୂତରୁ, ଧ୍ୟପ୍ରଦେଶର ଇନ୍ଦୋର ସହରରେ ପେଟିଏମ୍ ରେ ଫିଲ୍ଡ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ୪୦ ବର୍ଷୀୟ ଗୌରବ ଗୁପ୍ତା ଆତ୍ମହତ୍ୟା କରିଛନ୍ତି | ତାଙ୍କୁ ଭୟ ଥିଲା କାଳେ ପେଟିଏମ ବନ୍ଦ ହୋଇଯିବ | ଏବଂ ସେ ତାଙ୍କ ଚାକିରୀ ହରାଇ ବସିବେ | ସେହି ଭୟରେ ନିଜ ଜୀବନ ହାରିଦେଲେ ଗୌରବ |
ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ କୌଣସି ସୁଇସାଇଡ ନୋଟ ଜବତ ହୋଇନାହିଁ । ଘଟଣା ପରେପୋଲିସ ତଦନ୍ତ ଆରମ୍ଭ କରିଛି | ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ଜିତେନ୍ଦ୍ର ପାଟୱାରୀ କହିଛନ୍ତି ଯେ, ପେଟିଏମ୍ ବନ୍ଦ ହେବାର ଭୟ ପାଇଁ ଗୌରବ ଆତ୍ମହତ୍ୟା କରିଛନ୍ତି । ପେଟିଏମର ଏଭଳି ପରିସ୍ଥିତି ପାଇଁ ସେ ସିଧାସଳଖ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।
ନିୟମ ନ ମାନିବାରୁ ପେଟିଏମ୍ ଆରବିଆଇର କଠୋର ହୋଇଛି | ଏହାସହ ଗତ ସୋମବାର ଦିନ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ତଥା ପେଟିଏମ ପେମେଣ୍ଟ ବ୍ୟାଙ୍କର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଛନ୍ତି ।