Pratidin TV

Odisha's Digital News Platform

ପୁଣିଥରେ ପେଟିଏମକୁ ଲାଗିଲା ଶକ୍ତ ଝଟକା , ଏଣିକି NHAI ରେ ଚାଲିବନି ପେଟିଏମ୍ …

1 min read

ଦିନ ଦିନ ବଢିବାରେ ଲାଗିଛି ପେଟିଏମ ର ଅଡୁଆ । ଏବେ କମିବାରେ ପେଟିଏମ ପେମେଣ୍ଟ ବ୍ୟାଙ୍କର ଶେୟାର । ଆରବିଆଇର ନିଷ୍ପତ୍ତି ପରେ ନ୍ୟାସନାଲ ହାଇୱେ ଅଥରଟି ଅଫ ଇଣ୍ଡିଆ ପେଟିଏମ କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଫାସଟାଗ ବ୍ୟବହାରକାରୀଙ୍କ ପାଇଁ NHAI ଏକ ଆଡଭାଇଜରୀ ଜାରୀ କରିଛି । ଯେଉଁଥିରେ NHAI ରେ ତାଲିକାଭୁକ୍ତ ବ୍ୟାଙ୍କ ଗୁଡିକରୁ ତାଲିକାଭୁକ୍ତ କରାଯାଇଛି । ଏହି ତାଲିକାରୁ ପେଟିଏମ ବ୍ୟାଙ୍କକୁ ବାଦ୍ ଦିଆଯାଇଛି ।

ଯେଉଁ ଉପଭୋକ୍ତାମାନଙ୍କର ପେଟିଏମ ଫାସଟାଗ ଥିଲା ସେମାନଙ୍କୁ ଏବେ ଏକ ନୂତନ ଫାସଟାଗ କରିବାକୁ ପଡିବ । ସଂସ୍ଥା ଦ୍ୱାରା ୩୨ ଟି ବ୍ୟାଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ବ୍ୟବହାରକାରୀଙ୍କୁ କେବଳ ଏହି ବ୍ୟାଙ୍କଗୁଡ଼ିକରୁ ଫାସଟାଗ କିଣିବାକୁ କୁହାଯାଇଛି ।ହେଲେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଫାସଟାଗ ନାମ ଏହି ତାଲିକାରେ ରଖା ଯାଇନାହିଁ । ଏହାର ସରଳ ଅର୍ଥ ହେଉଛି ପେଟିଏମ୍ ଫାସଟାଗ ବ୍ୟବହାରକାରୀଙ୍କୁ ଏକ ନୂତନ ଫାସଟାଗ ପାଇବାକୁ ପଡିବ । ଫେବୃଆରୀ ୨୯ ତାରିଖ ପରେ ପେଟିଏମ ଫାସଟାଗ ବ୍ୟାବହାରକାରୀ ଆଉ ରିଚାର୍ଜ କରିପାରିବେ ନାହିଁ । ଯଦି ପେଟିଏମ ୱାଲେଟରେ ଟଙ୍କା ରହିଛି ତାହେଲେ ଏହାକୁ ବ୍ୟବହାର କରି ପାରିବେ । ପେଟିଏମ ଫାସଟାଗକୁ ବନ୍ଦ କରି ନୂଆ ଏକ ଫାସଟାଗ ପାଇପାରିବେ ।

Advertisement

Leave a Reply

Your email address will not be published. Required fields are marked *