Pratidin TV

Odisha's Digital News Platform

ପାଉନାହାନ୍ତି ହିତାଧିକାରୀ ; ଏପଟେ ଜଙ୍ଗଲରେ ପଡିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ ….

ମୟୁରଭଞ୍ଜ ; ଜଙ୍ଗଲରେ ପଡିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ । ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ଚାଉଳ ବସ୍ତାମାନ ଲୁଚାଇ ରଖାଯାଇଛି । ପାଖାପାଖି ୩୦ ରୁ ଅଧିକ ପିଡିଏସ୍ ବସ୍ତା ଜଙ୍ଗଲରେ ପଡିଥିବା ଦେଖିବାକୁ ମିଳିଛି । ଏଭଳି ଚିତ୍ର ସାମ୍ନାକୁ ଆସିଛି ଉଦଳା ଥାନା ବହୁବନ୍ଧ ପଟାସ ଜଙ୍ଗଲରୁ ।

ଆଜି ସକାଳ ସମୟରେ ଜଙ୍ଗଲରେ ଅନେକ ଗୁଡିଏ ପିଡିଏସ୍ ଚାଉଳ ବସ୍ତା ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଗ୍ରାମବାସୀମାନେ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ମଧ୍ୟ ଅଟକ ରଖିଛନ୍ତି । ଏହି ପିଡିଏସ୍ ଚାଉଳ ବସ୍ତା ଗୁଡିକ ଜଙ୍ଗଲର କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଛି ।

ଏହି ପିଡିଏସ୍ ଚାଉଳ ନିକଟସ୍ଥ ମିଲରୁ କେହି ଚୋରି କରି ନେଇ ବିକ୍ରୀ ନିମନ୍ତେ ଲୁଚାଇ ରଖିଥିବା କୁହାଯାଉଛି । ତେବେ ଏହି ଚାଉଳ କେଉଁଠୁ ଆସିଲା ଏବଂ କୁଆଡେ ଯିବାର ଥିଲା ତାହାର ଖୋଳତାଡ ନିମନ୍ତେ ଘଟଣାସ୍ଥଳରେ ପହଂଚିଛି ପୋଲିସ୍।

Leave a Reply

Your email address will not be published. Required fields are marked *