Pratidin TV

Odisha's Digital News Platform

‘ପେଲେ’ଙ୍କ ନାମ ପଛର ଥିବା ରହସ୍ୟ

ନୂଆଦିଲ୍ଲୀ : ବ୍ରାଜିଲର ମହାନାୟକ ବା ଫୁଟବଲର କିମ୍ବଦନ୍ତୀଙ୍କ ନାମ କାହିଁକି ପେଲେ ରଖାଯାଇଛି । କଣ ଆପଣମାନେ ଜାଣିଛନ୍ତି କି ? ଚାଲନ୍ତୁ ଜାଣିବା ଏହି ମହାନ ଫୁଟବଲ୍ ପ୍ଲେୟରଙ୍କ ନାମ ପଛର ରହସ୍ୟ ।

୧୯୪୦ ମସିହା ଅକ୍ଟୋବର ୨୩ ତାରିଖରେ ବ୍ରାଜିଲର ମିନାସ୍ ଗେରାଇସ୍‌ସ୍ଥିତ ଟ୍ରେସ କୋରାକୋସ୍ ସହରରେ ଏକ ଗରିବ ଘରେ ପେଲେ ଜନ୍ମ ଗ୍ରହଣ କରିଥିଲେ । ପୂର୍ବତନ ଫୁଟବଲ ଖେଳାଳି ଡନ୍‌ଡିନୋ (ଜୋଆଓ ରାମୋସ୍ ଡୁ ନାସ୍କିମେଣ୍ଟୋ ) ଓ ସିଲେଷ୍ଟି ଅରାଣ୍ଟେସ୍‌ଙ୍କଠାରୁ ସେ ଜନ୍ମ ହୋଇଥିଲେ । ଦୁଇ ସନ୍ତାନ ମଧ୍ୟରୁ ପେଲେ ବଡ ଥିଲେ । ଆମେରିକାର ଇନ୍ ଭେଣ୍ଟର ଥୋମାସ୍ ଏଡିସନ୍‌ଙ୍କ ନାମ ଅନୁସାରେ ତାଙ୍କ ନାମ ରଖାଯାଇଥିଲା । କିନ୍ତୁ ତାଙ୍କ ପିତାମାତା ପେଲେଙ୍କ ନାମରୁ ‘ଆଇ’ ହଟାଇ ‘ଏଡ୍‌ସନ’୍ ରଖିଥିଲେବ । ହେଲେ ତାଙ୍କ ଜନ୍ମ ପ୍ରମାଣପତ୍ର ଓ ବିଭିନ୍ନ କାଗଜପତ୍ରରେ ଭୁଲରେ ଏଡିସନ୍ ଲେଖାଯାଇଥିଲା । ତାଙ୍କ ଡାକନା ଡିକୋ ରଖାଯାଇଥିଲା ।

ତେବେ ସ୍କୁଲରେ ପଢୁଥିବା ସମୟରେ ପେଲେ ନାମରେ ସେ ପରିଚିତ ହେଉଥିଲେ । ପିଲାଦିନେ ତାଙ୍କ ପସନ୍ଦିଦା ଖେଳାଳି ଭାସ୍କୋଡାଗାମାର ଗୋଲ ରକ୍ଷକ ‘ବିଲେ’ଙ୍କ ନାମ ଉଚ୍ଚାରଣକୁ ନେଇ ସାଙ୍ଗସାଥିମାନେ ତାଙ୍କୁ ବିଲେ ବଦଳରେ ପେଲେ ଡାକିବା ଆରମ୍ଭ କଲେ । ସେହି ଦିନରୁ ଡିକୋ ପେଲେ ନାମରେ ପରିଚିତ । କିନ୍ତୁ ଏହି ନାମର ଅର୍ଥ ଆଜିଯାଏ କାହାକୁ ମଧ୍ୟ ଜଣାନାହିଁ । ସ୍ୱୟଂ ପେଲେ ମଧ୍ୟ ନିଜ ନାମର ଅର୍ଥ ଜାଣିନାହାନ୍ତି ।

Leave a Reply

Your email address will not be published. Required fields are marked *