ଚର୍ଚ୍ଚାରେ ଅମ୍ଳାନ-ଅଂଶୁମାନ , ପେନସିଲ ଓ ସ୍କ୍ରିବଲିଂ ଆର୍ଟ କରି ସୃଷ୍ଟି କଲେ ନିୟାରା ପରିଚୟ ..
1 min readବେଗୁନିଆପଡ଼ା : ପେନସିଲ ଆର୍ଟ ଓ ସ୍କ୍ରିବଲିଂ ଆର୍ଟରେ ନିପୁଣ ଦୁଇ ଭାଇ। ନିଜର ଆର୍ଟକୁ ନେଇ ଏବେ ଚର୍ଚ୍ଚାର ବିଷୟ ପ।ଲଟିଛନ୍ତି ଦୁଇ ଭାଇ ଅମ୍ଳାନ ଓ ଅଂଶୁମାନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଲଛିପୂର ଗ୍ରାମର ଏହି ୨ ଭାଇଙ୍କୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା । ଦୁଇ ଭାଇ ହେଲେ ଅମ୍ଳାନ ଗୌରବ କୁମାର ଓ ଆୟୁଷ ଅଂଶୁମାନ। ଅମ୍ଳାନ +୩ ବିଜ୍ଞାନ ପଢା ସରିଥିବା ବେଳେ ଅଂଶୁମାନ ଦ୍ଵାଦଶ ବିଜ୍ଞାନ ଶେଷ କରିଛନ୍ତି ।
ଉଭୟଙ୍କ ପଢା ସହିତ ଲୁକ୍କାୟିତ ଭାବରେ ଚିତ୍ର ପ୍ରତି ଥିଲା ଅହେତୁକ ଦୁର୍ବଳତା। ଅମ୍ଳାନ ପେନସିଲ୍ ଆର୍ଟ ରେ ସିଦ୍ଧହସ୍ତ ଥିବା ବେଳେ ଭାଇ ଅଂଶୁମାନ ଡ଼ଟ୍ ପେନରେ ସ୍କ୍ରିବଲିଙ୍ଗ ଆର୍ଟ ରେ ମାହିର। ଅମ୍ଳାନ ଗ୍ରାଫ କରି ଅବିକଳ ଫଟୋ ବନାଉ ଥିବା ବେଳେ ଅଂଶୁମାନ ବିନା ଗ୍ର।ଫରେ ଅବିକଳ ଫଟୋ ବନାଇଛନ୍ତି।
ସୂଚନାଯୋଗ୍ୟ ଯେ ଅମ୍ଳାନ ଓ ଅଂଶୁମାନଙ୍କ ଘର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଶାଙ୍କୁଡା ପଞ୍ଚାୟତର ଲଛିପୂର ଗ୍ରାମରେ ଅମ୍ଳାନଙ୍କ ବାବା ବିନୋଦ କୁମାର ମହାରଣା ଓ ଅଂଶୁମାନ ଙ୍କ ବାବା ଦେବେନ୍ଦ୍ର କୁମାର ମହାରଣା। ବିନୋଦ ଓ ଦେବେନ୍ଦ୍ର ଦୁଇ ଭାଇ ହୋଇଥିବା ବେଳେ ଉଭୟଙ୍କ ଲୁକ୍କାୟିତ ପ୍ରତିଭା ହଠାତ୍ ନଜରକୁ ଆସିଥିଲା। ଉଭୟଙ୍କ ସାଙ୍ଗସାଥୀ ଓ ପରିବାର ସେମାନଙ୍କୁ ଉତ୍ସାହିତ କରିବା ପରେ ସେମାନେ ଏହି ପ୍ରତିଭାକୁ ବିକଶିତ କରିବାକୁ ବେଶ ଆଗ୍ରହୀ। ବିନା ତାଲିମରେ ଉଭୟେ ଏହି କଳାକୁ ନିଜର କରିବା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।