Pratidin TV

Odisha's Digital News Platform

ବଦଳିଲା ପେନ୍‌ସନ ନିୟମ, ସ୍ୱାମୀ ପରିବର୍ତ୍ତେ ପିଲାଙ୍କୁ ନୋମିନି  କରିପାରିବେ ମହିଳା କର୍ମଚାରୀ

1 min read

2024ରେ ହେଲା ବଡ଼ ପରିବର୍ତ୍ତନ। ନୂଆବର୍ଷ ଉପଲକ୍ଷେ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଆସିଲା ବଡ ଖବର ।କେନ୍ଦ୍ରୀୟ ମହିଳା କର୍ମଚାରୀ ଏବଂ ପେନ୍‌ସନଧାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମହିଳା କର୍ମଚାରୀ ଚାହିଁଲେ ନିଜ ପେନ୍‌ସନ ରାଶି ସ୍ୱାମୀଙ୍କ ପରିବର୍ତ୍ତେ ପିଲାଙ୍କ ନାଁରେ କରିପାରିବେ । କେନ୍ଦ୍ର ପକ୍ଷରୁ ଏଭଳି ଏକ ଘୋଷଣା କରାଯାଇଛି ଯାହାକୁ ଅନେକ ମହଲରେ ସ୍ୱାଗତ କରାଯାଇଛି। ତେବେ ପୂର୍ବରୁ ନିୟମ ରହିଥିଲା ଯେ, ଯଦି ସ୍ୱାମୀ ସରକାରୀ ଚାକିରୀ କରୁଥାନ୍ତି ତେବେ ସ୍ୱାମୀଙ୍କ ଦେହାନ୍ତ ପରେ ପତ୍ନୀ ପେନ୍‌ସନ ପାଇବେ । ଆଉ ପତ୍ନୀ ଯଦି ସରକାରୀ ଚାକିରି କରିଥିବେ ତେବେ ତାଙ୍କ ଦେହାନ୍ତ ପରେ ସ୍ୱାମୀ ପାଉଥିଲେ ଏହି ପେନ୍‌ସନ ।

ହେଲେ ଚଳିତ ବର୍ଷ ରୁ ଏଥିରେ କିଛି ପରିବର୍ତ୍ତନ କରାଯାଇଛି । ଏଣିକି ଯେଉଁ ମହିଳା ସରକାରୀ ଚାକିରି କରିଥିବେ, ସେ ଚାହିଁଲେ ତାଙ୍କ ମୃତ୍ୟୁ ପରେ ସ୍ୱାମୀ ବଦଳରେ ପିଲାମାନେ ପେନ୍‌ସନ୍‌ ପାଇପାରିବେ ।ଏପରିକି କୌଣିସି ପରିସ୍ଥିତିରେ ଜଣେ ମହିଳା ସରକାରୀ କର୍ମଚାରୀ ଛାଡପତ୍ର ଆବେଦନ କରିଛନ୍ତି କିମ୍ବା ମହିଳାଙ୍କୁ ଘରୋଇ ହିଂସା ଆଇନର ସମ୍ମୁଖୀନ ହେବାକୁ ପଡିଛି କିମ୍ବା ସେ ଭାରତୀୟ ଦଣ୍ଡବିଧି ସଂହିତା ଅଧୀନରେ ମାମଲା ଦାୟର କରିଛନ୍ତି।

Advertisement

ଏହି ସଂଶୋଧନ ବାସ୍ତବରେ ପ୍ରଗତିଶୀଳ ଏବଂ ଏହା ମହିଳା ପେନ୍‌ସନ ପ୍ରସଙ୍ଗରେ ମହିଳା କର୍ମଚାରୀଙ୍କୁ ସଶକ୍ତ କରିବ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଗ୍ରହଣ କରାଯାଇଥିବା ମତାମତକୁ ଦୃଷ୍ଟିରେ ରଖି ଏହି ସଂଶୋଧନ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ର ପେନ୍‌ସନ ଏବଂ ପେନ୍‌ସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲ୍ୟ) ବିଭାଗର ସଚିବ ଭି ଶ୍ରୀନିବାସ କହିଛନ୍ତି।

Leave a Reply

Your email address will not be published. Required fields are marked *