Pratidin TV

Odisha's Digital News Platform

ପଞ୍ଚାୟତରେ କରୁଥିଲେ ରାସଲୀଳା, ରସିକିଆ ପିଇଓ ବାବୁଙ୍କୁ ବାନ୍ଧିଲା ପୋଲିସ

1 min read

ବଲାଙ୍ଗୀର ; ରସିକିଆ ପିଇଓଙ୍କୁ ବାନ୍ଧିଲା ପୋଲିସ । ରସିକିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ମହାନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ଗ୍ରାମ ପଂଚାୟତରେ କାର୍ଯ୍ୟରତ । ବାବୁ ଜଣେ ରସିକିଆ ଅଧିକାରୀ । ଅକ୍ଷୟ କୁମାର ମହାନ୍ତିଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଇଛି ।

ଭାଇରାଲ୍ ଭିଡ଼ିଓରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ମହାନ୍ତି ଜଣେ ମହିଳାଙ୍କୁ ଅସଦାଚରଣ କରୁଥିବା ଭିଡ଼ିଓ ସାମ୍ନାକୁ ଆସିଛି । ପରେ ସମ୍ପୃକ୍ତ ମହିଳା ଏବଂ ସରପଞ୍ଚ ଇତିଶ୍ରୀ ସାହୁ ସଇଁତଲା ପୋଲିସଙ୍କୁ ଅଭିଯୋଗ କରିଥିଲେ। ସଇଁତଲା ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରଙ୍ଗିଲା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisement

ତେବେ ବାବୁ ଜଣକ ପୂର୍ବରୁ ଅଫିସରେ ମଦ ପିଉଥିବା ଭିଡ଼ିଓ ଭାଇରାଲ ହେଇଥିବା ବେଳେ ଏବେ ଅସଦାଚରଣ କରୁଥିବା ଘଟଣାକୁ ନେଇ ଆଲୋଚନା ଜୋର ଚାଲିଛି। ତେବେ ସଇଁତଲା ପୋଲିସ ପିଇଓ ବାବୁଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ଟିଟିଲାଗଡ଼ ହାଜତକୁ ରଙ୍ଗିଲା ବାବୁଙ୍କୁ ପଠାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *