Pratidin TV

Odisha's Digital News Platform

ବିଶ୍ୱାସ – ଅବିଶ୍ୱାସ – ଅନ୍ଧବିଶ୍ୱାସ : ଭୂତ-ପ୍ରେତମାନଙ୍କ ପାଇଁ କରାଯାଏ ମେଳା ..

1 min read

ମଧ୍ୟପ୍ରଦେଶ : ପୌଷ ପୂର୍ଣ୍ଣିମାରେ ଘୋଷ୍ଟ ଫେୟାର । ପ୍ରାୟ ୪୦୦ ବର୍ଷ ହେବ ହେଉଛି ଭୂତ ମେଳା । ବିଭିନ୍ନ ରାଜ୍ୟରୁ ଯୋଗ ଦାଉଛନ୍ତି ହଜାର ହଜାର ଲୋକ । ବେତୁଲ ଜିଲ୍ଲାର ମଲାଜପୁରରେ ଥିବା ପ୍ରସିଦ୍ଧ ଗୁରୁ ସାହେବ ବାବା ସନ୍ଥ ଦେବ ସମାଧି ସ୍ଥଳରେ ସବୁ ବର୍ଷ ଆୟୋଜିତ ହୁଏ ଘୋଷ୍ଟ ଫେୟାର ବା ଭୂତ ମେଳା । ରାଜସ୍ଥାନ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ଉତରପ୍ରଦେଶର ଲୋକମାନେ ଏଠାକୁ ବହୁ ମାତ୍ରାରେ ଆସିଥାନ୍ତି ।

Advertisement

ପ୍ରତିବର୍ଷ ମଲାଜପୁର ଗାଁରେ, ଚିଚୋଲି ତହସିଲ ଠାରୁ ସାତ କିଲୋମିଟର ଦୂରରେ, ପୂରା ଭକ୍ତି, ଧାର୍ମିକ ପରମ୍ପରା ଏବଂ ଆଧ୍ୟାତ୍ମିକ ଆତ୍ମା ଯୋଗୁଁ ପୌଷ ପୂର୍ଣ୍ଣିମାରେ ଭକ୍ତମାନେ ଗୁରୁ ସାହେବ ବାବାଙ୍କ ସମାଧିସ୍ଥଳରେ ପ୍ରଣାମ କରନ୍ତି । ଗୁରୁ ସାହେବ ବାବାଙ୍କ ଦରବାର ଏକ ପବିତ୍ର ଧାର୍ମିକ ସ୍ଥାନ, ଯାହା ମାଲାଜପୁର ଗାଁରେ ଅବସ୍ଥିତ । ପ୍ରାୟ ୪୦୦ ବର୍ଷ ହେବ ଏଠାରେ ଏହା ଆୟୋଜିତ ହୋଇ ଆସୁଛି । ପୌଷ ପୂର୍ଣ୍ଣିମାରେ ଏହି ମେଳା ହୋଇଥାଏ । ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ସେମାନଙ୍କର ସମସ୍ୟା ସହିତ ମେଳାରେ ପହଂଚନ୍ତି ।

ଲୋକଙ୍କ ବିଶ୍ୱାସ ରହିଛି ଯେ, ବାବାଙ୍କ ସମାଧୀ ସ୍ଥଳ ପରିକ୍ରମା କରିବା ପରେ ଯେଉଁମାନେ ପ୍ରେତ କିମ୍ବା ଅଶରୀର କବଳରେ ପଡିଥାନ୍ତି ସେମାନେ ମୁକ୍ତ ହୋଇଥାନ୍ତି । ଏଠାରେ ମାନସିକ ରଖିଥିବା ବ୍ୟକ୍ତି ଏହା ପୂରଣ ହେଲେ ତୁଳା ଦାନ କରିଥାନ୍ତି । ଏହି ମେଳା ପ୍ରାୟ ଏକମାସ ଧରି ଚାଲିବା ପରେ ବସନ୍ତ ପଂଚମୀରେ ଶେଷ ହୋଇଥାଏ । ବାବାଙ୍କ ସମାଧୀ ନିକଟରେ ଲୋକଙ୍କୁ ଝାଡୁରେ ମରାଯାଇ ଭୂତ କବଳରୁ ରକ୍ଷା କରି ଯାଇଥାଏ । ଭୂତ, ପ୍ରେତଙ୍କଠାରୁ ଦୂରେଇ ରଖିବା ପାଇଁ ଏଠାରେ ଅନେକ ପ୍ରକାର ସାମଗ୍ରୀ ବିକ୍ରି କରାଯାଇଥାଏ ।

Leave a Reply

Your email address will not be published. Required fields are marked *