Pratidin TV

Odisha's Digital News Platform

ମିଥ୍ୟା ଅଭିଯୋଗରେ ଗିରଫ କରିଥିଲା ପୋଲିସ : ଥାନାରେ ପଶି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ

1 min read

ଗଜପତି : ଲୋକମାନଙ୍କୁ ନ୍ୟାୟ ଦେଉଥିବା ପ୍ରଶାସନ ବା ପୋଲିସ ଯଦି ପଥଭ୍ରଷ୍ଟ୍ର ହୁଏ ତାକୁ କିଏ ଉଚିତ୍‌ ଶିକ୍ଷା ଦେଇପାରିବ । କଣ ସେପରି କିଛି ଆଇନ ଅଛି ଆମ ରାଜ୍ୟରେ ବା ଦେଶରେ । ଏହିଭଳି ପରିସ୍ଥିତିରେ କଣ କରିବ ସାଧରଣ ଜନତା ?

ଆଜି ଏପରି ଆଇନ ଓ ସାଧାରଣ ଜନତାକୁ ନେଇ ଘଟିଯାଇଛି ଏକ ଅଭାବନୀୟ ଘଟଣ ।
ଗଜପତି ଜିଲ୍ଲା ମୋହନା ବ୍ଲକର ଅଡବା ଥାନାରେ ପଶି ପୋଲିସକୁ ମାଡମାରିଛନ୍ତି ଝରଣପୁରର ଗ୍ରାମବାସୀ । ଏପରି କରିବା ପଛରେ ଏକ ବଡ କାରଣ ଦର୍ଶାଇଛନ୍ତି ଗ୍ରାମବାସୀ । ସେମାନଙ୍କ କହିବା ଅନୁଯାୟୀ ଗତକାଲି ରାତି ସମୟରେ ଝରଣପୁର ଗ୍ରାମରେ ପୋଲିସ ପଶି ଜଣଙ୍କ ଘର କବାଟ ତାଡି ତାକୁ ଗଞ୍ଜେଇ କାରବାର ନେଇ ଗିରଫ କରିଥିଲା । କିନ୍ତୁ ଗିରଫ କରିଥିବା ବ୍ୟକ୍ତି ଜଣଙ୍କ ନିର୍ଦ୍ଧୋଶ ବୋଲି କହିଛନ୍ତି ଗ୍ରାମବାସୀ । ସୋମନେ ଆଉ ମଧ୍ୟ କହିଛନ୍ତି ଯେ ପୋଲିସ ନିଜକୁ ବଞ୍ଚାଇବା ପାଇଁ ଆମ ଆଦିବାସୀ ସମ୍ପ୍ରଦାୟ ଉପରେ ଏପରି ମିଥ୍ୟା ଅଭିଯୋଗ ଲଗାଇଛି ।

Advertisement

ପୋଲିସ ନିଜେ ଗଞ୍ଜେଇ ଆଣି ଆମକୁ ଚାଷ କରିବାକୁ କହିଥିଲା । ଆଉ ଏଥିରୁ ଯେଉଁ ଲାଭ ମିଳିବ ତାକୁ ଅଧା ଅଧା କରି ବାଣ୍ଟି ନେବା ବୋଲି କହିଥିଲେ ଅଡବା ଥାନା କର୍ମଚାରୀ । ଏଥିରେ ଆମର କୌଣସି ଭୁଲ ନାହିଁ ଆମ ଛୁଆକୁ ବିନା ଦୋଷରେ ଉଠାଇ ଆଣିଛି ପୋଲିସ । ଏପରି ପ୍ରତିକ୍ରିୟା ରଖିଛନ୍ତି ଝରଣପୁର ଗ୍ରାମବାସୀ । ଏନେଇ ଆଜି ସକାଳୁ ପ୍ରାୟ ୬ ଟି ପଞ୍ଚାୟତର ଲୋକ ମିଶିି ଥାନାକୁ ଚାରିପାଖରୁ ଘେରାଉ କରିଥିବା ବେଳେ , ଥାନା ମଧ୍ୟରେ ପଶି ପୋଲିସ କର୍ମୀଙ୍କୁ ମାଡ ମାରିଥିଲେ ସେମାନେ ।

ତେବେ ଗ୍ରାମବାସୀ ଗଣମାଧ୍ୟମ ଆଗରେ ଏହା ମଧ୍ୟ ପ୍ରକାସ କରିଛି ଯେ , ପୋଲିସ ଉଠାଇ ଆନିଥିବା ନିର୍ଦ୍ଧୋଶ ବ୍ୟକ୍ତିକୁ ପ୍ରଥମେ ମୁକ୍ତ କରନ୍ତୁ ଆଉ ଏହୁ ଗଞ୍ଜେଇ ମାମଲାରେ ସପୃକ୍ତ ଥିବା ବା ଗ୍ରାମବାସୀଙ୍କୁ ଉସକାଇଥିବା ପୋଲିସ କର୍ମୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଟାନ ନେଉ ବୋଲି କହିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *