Pratidin TV

Odisha's Digital News Platform

ହାତୀକୁ ଘଉଡାଇବା ପାଇଁ ନିଆଁହୁଳା ମାଡ଼ , ଡିଏଫଓ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ…

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । କିଛି ଦିନ ହେଲା କରଞ୍ଜିଆ ବନଖଣ୍ଡରେ ୧୦୦ ରୁ ଉର୍ଦ୍ଧ୍ବ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । କରଞ୍ଜିଆ ବନଖଣ୍ଡ ରେ ଗତ ୨୬ ଦିନ ମଧ୍ୟରେ ପ୍ରାୟ ୩୫ ରୁ ଉର୍ଦ୍ଧ୍ବ ଘର ଭାଙ୍ଗିସାରିଲେଣି । ଯାହାକୁ ନେଇ ବର୍ତ୍ତମାନ ବନବିଭାଗ ଚିନ୍ତାରେ ,ଗତକାଲି ବିଳମ୍ବିତ ରାତିରେ ଶୁକୃଳି ବ୍ଲକର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ହେଇଥିବାର ସୂଚନା ମିଳିଛି ।

ଆଜି କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଶୁକୃଳି ବ୍ଲକର ପୃଥକ ପୃଥକ ସ୍ଥାନରେ ଅଛନ୍ତି ୨୨ ଟି ହାତୀ । ହାତୀପଲ କୁ ଘଉଡାଇବା ପାଇଁ ଗ୍ରାମବାସୀମାନେ ହାତୀ ପିଠିରେ ମଶାଲ ଯୋଗେ ନିଆଁ ମାଡ଼ କରୁଥିବାର ଏହ ଭିଡିଓ ସାମ୍ନାକୁ ଆସିଛି ।ଯେଉଁଥିରେ ହାତୀ ପିଠିରେ ନିଆଁ ବାଜିବା ପରେ ହୁତୁ ହୁତୁ ହେଇ ନିଆଁ ଜଳୁଛି । ଏମିତି ଭିଡ଼ିଓ ଏବେ ଭାଇରାଲ ହେଉଛି ।

ଦୁଇ ଦୁଇ ଥର ହାତୀ ପିଠିରେ କିଛି ଯୁବକ ନିଆଁ ମାଡ଼ କରୁଛନ୍ତି । ଅନ୍ୟ ଲୋକମାନେ ଦେଖୁଥିଲେବି କେହି ବାରଣ କରୁ ନାହାନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡା ନିୟମ ସ୍ୱତେ ଏଠାରେ ହାତୀକୁ ନିର୍ଯାତନା ଦିଆ ହେଉଛି । ହାତୀ ହେଉଛି ଜାତୀୟ ସମ୍ପତ୍ତି । ହାତୀ ଉପରେ କେହିବି ଏପରି ନିର୍ଯାତନା ଦେଇ ପାରିବେ ନାହିଁ । ଏବେ ନିଆଁ ମାଡ଼ ଖାଇଥିବା ହାତୀର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ତାହା ଏବେ ସୁଦ୍ଧା ବନ ବିଭାଗକୁ ମଧ୍ୟ ଜଣାନାହିଁ । ଭିଡିଓଟି ଭାଇରାଲ ହେବାପରେ କରଞ୍ଜିଆ ଡିଏଫଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହାତୀଙ୍କ ଉପରକୁ ନିଆଁ ମାଡ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଏଫଓ । ଆବଶ୍ୟକତା ପଡିଲେ ନିଆଁ ମାଡ଼ ମାରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରାଯିବ ।

Leave a Reply

Your email address will not be published. Required fields are marked *