Pratidin TV

Odisha's Digital News Platform

୨୦ ବର୍ଷ ହେଲା ଗଛ ସହ ନିଆରା ଢଙ୍ଗରେ ପାଳୁଛନ୍ତି ହୋଲି ।

1 min read

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ବୃକ୍ଷ ମାନଙ୍କ ପୂଜାର୍ଚ୍ଚନା ସହ ବୃକ୍ଷ ମାନଙ୍କ ସହିତ ଖେଳାଯାଇଛି ହୋଲି ଖେଳ । ସମ୍ବଲପୁର ଵୁଡାରଜା ବନ ସଂରକ୍ଷିତ ଜଙ୍ଗଲରେ ଅନୁଷ୍ଠିତ ଏହି ନିଆରା ହୋଲି ଖେଳ ମାଧ୍ୟମରେ ସମାଜକୁ ବୃକ୍ଷ ଙ୍କୁ ସୁରକ୍ଷା ଦେବା ବାର୍ତ୍ତା କିଛି ନିଆରା ଢଙ୍ଗରେ ଦେବାକୁ ପ୍ରୟାସ କରାଯାଇଥିଲା ।

ସମ୍ବଲପୁର ସହରର ବୁଢ଼ାରଜା ସଂରକ୍ଷିତ ଜଙ୍ଗଲରେ ଅନୁଷ୍ଠିତ ହୋଇଛି ନିଆରା ହୋଲି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବୁଢ଼ାରଜା ସଂରକ୍ଷଣ ସମିତି ପକ୍ଷରୁ ଏପରି କିଛି ନିଆରା ପଦକ୍ଷେପ ନିଆଯିବା ସହ ବୃକ୍ଷଙ୍କୁ ସୁରକ୍ଷା ଦେବାପାଇଁ ପ୍ରୟାସ କରାଯାଇଥିଲା । ସମସ୍ତେ ରଙ୍ଗର ମହାପର୍ବ ହୋଲି କୁ ନିଜ ପରିବାର ଙ୍କ ଗହଣରେ ପାଳନ କରୁଥିବା ବେଳେ ବୁଢ଼ାରଜା ବନ ସଂରକ୍ଷଣ ସମିତି ର ସଭ୍ୟ ମାନେ ବୁଢ଼ାରଜା ସଂରକ୍ଷିତ ଜଙ୍ଗଲରେ ଥିବା ବୃକ୍ଷଙ୍କୁ ନିଜ ପରିବାର ର ଜଣେ ସଦସ୍ୟ ମାନେ କରି ତାଙ୍କ ସହ ହୋଲି ପାଳନ କରିଛନ୍ତି । ଆଉ ରୀତିନୀତି ସହ ପ୍ରଥମେ ବୃକ୍ଷ ଦେବତା ଙ୍କୁ ଧୂପ ଦୀପ,ଫୁଲ ସହ ପୂଜାର୍ଚ୍ଚନା କରିଥିଲେ । ଏଥିରେ ସମିତି ର ସବୁ ସଭ୍ୟ ଉପସ୍ଥିତ ଥିଲେ ।

Advertisement

ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଅନୁଷ୍ଠିତ ଏହି ନିଆରା ହୋଲି ଉତ୍ସବରେ ବୃକ୍ଷ ଦେବତା ଙ୍କୁ ଶ୍ରଦ୍ଧା ସହକାରେ ହୋଲିରେ ଅବିର ବା ଫଗୁ ଲଗାଇ ହୋଲି ପାଳନ କରାଯାଇଛି । ଏହା ସହିତ ସମସ୍ତ ଵନସଂରକ୍ଷଣ ସମିତି ର ସବୁ ସଭ୍ୟ ମାନେ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ବାର୍ତ୍ତା ଯେପରି ସମାଜର ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବେ ସେନେଇ କାର୍ଯ୍ୟ କରିବାକୁ ସଙ୍କଳ୍ପ ମଧ୍ୟ ନେଇଥିଲେ । ସମ୍ବଲପୁର ବୁଢ଼ାରଜା ଠାରେ ଏପରି ନିଆରା ହୋଲି ମାଧ୍ୟମରେ ବୁଢ଼ାରଜା ସଂରକ୍ଷିତ ଜଙ୍ଗଲରେ ଥିବା ବୃକ୍ଷଙ୍କୁ ସୁରକ୍ଷା ଦେବାରେ ଏହା ବେଶ ସହାୟକ ହେଉଛି ।

ଜଙ୍ଗଲ ସୁରକ୍ଷା ସହ ବୃକ୍ଷ ଙ୍କୁ ନିଜ ପରିବାର ର ଜଣେ ସଦସ୍ୟ ମନେକରି ଆୟୋଜନ ହୋଇଥିବା ଏପରି ନିଆରା ହୋଲିକୁ ସାଧାରଣ ରେ ବେଶ ପ୍ରଶଂସା କରାଯାଉଛି ।

Leave a Reply

Your email address will not be published. Required fields are marked *