Pratidin TV

Odisha's Digital News Platform

ଚୀନରେ ସ୍ଥିତି ଭୟଙ୍କର : କଷ୍ଟ ଯନ୍ତ୍ରଣା ସହିନପାରି କରୁଛନ୍ତି ଆତ୍ମହତ୍ୟା

1 min read

ନୂଆଦିଲ୍ଲୀ : ଚୀନରେ କରୋନା ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି । ଲୋକମାନେ ଚିକିତ୍ସା ପାଇଁ ଡହଳବିକଳ ହୋଇ ଶେଷରେ ଆତ୍ମହତ୍ୟାକୁ ଆପଣାଉଛନ୍ତି । ସହରାଞ୍ଚଳରେ ସଂକ୍ରମଣ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିବା ପରେ ଏବେ ଗ୍ରାମୀଣ ଚୀନରେ ସଂକ୍ରମଣ ଅଣାୟତ ହୋଇପଡିଛି ।

ଗ୍ରାମୀଣ ଚିନ୍‌ରେ ଡାକ୍ତରମାନଙ୍କ କହିବା ଅନୁଯାୟୀ , ସେମାନେ ଏପରି ନିଜ ଜୀବନକାଳ ମଧ୍ୟରେ ଏଭଳି ସ୍ଥିତି କେବେ ଦେଖିନାହନ୍ତି । ପୂର୍ବରୁ ମାସକୁ ପ୍ରାୟ ୧୦୦ ରୋଗୀ ଗ୍ରାମୀଣ କ୍ଲିନିକକୁ ଆସୁଥିଲେ । କିନ୍ତୁ ଡିସେମ୍ବର ଦୁଇ ତିନ ଦିନରେ ୫୦୦ରୁ ଅଧିକ ରୋଗୀ କ୍ଲିନିକ୍ ଆସିଛନ୍ତି । ସଂକ୍ରମଣ ବଢିବାରୁ ଗାଁ ମାନଙ୍କରେ ସବୁଠାରୁ ଏକ ବଡ ସମସ୍ୟା ହେଉଛି ଚିକିତ୍ସାର ଅଭାବ । ଚୀନର ଗ୍ରାମୀଣ ଇଲାକାରେ ଅନେକ କ୍ଲିନିକ୍ ଗୁଡିକ ବନ୍ଦ ହୋଇ ରହିଛି । ଏମିତିକି ସେଠାକୁ ଉପଯୁକ୍ତ ଚିକିତ୍ସା ସାମଗ୍ରୀ ଏବଂ ଔଷଧ ମଧ୍ୟ ଆସୁନାହିଁ । ଏହି ଗ୍ରାମୀଣ ଅଞ୍ଚଳଗୁଡିକରେ ଶିଶୁ ଏବଂ ବୟସ୍କ ଲୋକେ କରୋନାର ଜଟିଳ ସ୍ଥିତିର ସମ୍ମୁଖିନ ହେଉଛନ୍ତି ।

Advertisement

ସଂକ୍ରମଣ ଜନିତ କଷ୍ଟ ସହିନପାରି ଶେଷରେ ବୟସ୍କମାନେ ଆତ୍ମହତ୍ୟା କରୁଥିବା ଜଣାପଡିଛି । ଏମାନେ କରୋନାର ଅତି ଜଟିଳ ସ୍ଥିତି ଦେଇ ଗତିକରୁଥିବା ସହ ଆତ୍ମହତ୍ୟାକୁ ଆପଣାଇ ନେଉଥିବା ବେଳେ କତ୍ତୃପକ୍ଷ ଏହାକୁ ଅବହେଳା କରୁଛି ବା ଦୃଷ୍ଟି ଦେଉନାହିଁ କହିଲେ ଚଳେ ।

Leave a Reply

Your email address will not be published. Required fields are marked *