Pratidin TV

Odisha's Digital News Platform

ପୁରୀ ସମୁଦ୍ର କୂଳରେ ସନ୍ଧିଗ୍ଧ କଣ୍ଟେନର ; ବାହାରିଲା ସୁନ ପାମ୍ପଡି , ମହମବତୀ ଆଉ ଗ୍ରେସ୍ ପରି ଜିନିଷ …..

କିଛିଦିନ ତଳେ ପୁରୀ ସମୁଦ୍ର ମଝିରେ ଏକ ସନ୍ଦିଗ୍ଧ କଣ୍ଟେନର ଭାସୁଥିବାର ନଜର ଆସିଥିଲା । ଗତକାଲି ସେହି କଣ୍ଟେନର ସମୁଦ୍ର କୂଳରେ ଲାଗିବା କ୍ଷଣି ଶହ ଶହ ଲୋକଙ୍କ ଭିଡ ଲାଗିଥିଲା । ଆଉ ଲୋକମାନଙ୍କ ଜିଜ୍ଞାସ ଯୋଗୁ କଣ୍ଟେନରର କବାଟକୁ ମଧ୍ୟ ସେମାନେ ଅଳ୍ପ ତାଡିଦେଇଥିଲେ । ଯାହା ଫଳରେ ତା ଭିତରୁ ବାହରିଥିଲା ପୁଳା ପୁଳା ମହମବତୀ , ସୁନପାମ୍ପପଡି , ଗ୍ରେସ୍ ଭଳି ଅନେକ ଜିନିଷ । ତେବେ କୁହାଯାଉଛି ଯେ ଏହି କଣ୍ଟେନରଟି ଇଣ୍ଡୋନେସିଆ ଜାହାଜର ବୋଲି ଜଣାପଡିଛି । ଯାହାକୁ ନେଇ ସୂଚନା ଦେଇଛନ୍ତି ପୁରୀ ସଦର ଏସଡିପିଓ । ତାଙ୍କ କହିବା ଅନୁଯାୟୀ ଇଣ୍ଡୋନେସିଆ ଜାହାଜରୁ ୭ ଟି କଣ୍ଟେନର ହଜିଥିବା ସୂଚନା ମିଳିଛି । ଯାହା ଏବେ ପୁରୀ କେନ୍ଦ୍ରାପଡା , ସାତଭାଇୟା ଭଳି ଅନେକ ସାମୁଦ୍ରିକ ସ୍ଥାନରେ ଲାଗୁଛି ।

Leave a Reply

Your email address will not be published. Required fields are marked *