Pratidin TV

Odisha's Digital News Platform

ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା, ଗ୍ରାମ୍ୟ ବ୍ୟାଙ୍କରେ ଜମିଛି ଲୋକଙ୍କ ଭିଡ଼….

1 min read

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ବାଟିପଡକ୍ଷ ପଞ୍ଚାୟତର ବାଟିପଡକ୍ଷ ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଦେଖିବାକୁ ମିଳିଥିଲା ହଜାର ହଜାର ଲୋକଙ୍କ ଭିଡ଼ । କାରଣ ବ୍ୟାଙ୍କରେ ଥିବା ଲୋକମାନଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଥିବା ଖବର ସାରା ଅଞ୍ଚଳରେ ଖେଳିଯାଇଥିଲା । ଲୋକମାନେ ବ୍ୟାଙ୍କରେ ଭିଡ଼ ଜମାଇଥିଲେ । ଏ ସମ୍ପର୍କରେ ଶାଖା ପରିଚାଳକ କହିଛନ୍ତି ଯେ ଗତକାଲି ଲୋକମାନେ ଭିଡ଼ ଜମାଇଥିଲେ , ସେମାନଙ୍କ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସୁଛି ବୋଲି ତାହା ଜାଣିବାକୁ ।

ଏନେଇ ବ୍ୟାଙ୍କ କତ୍ତୃପକ୍ଷ କହିଛନ୍ତି ଯେ ଆମେ ୩ଶହ ଆକାଉଣ୍ଟ ଚେକ କରିଥିଲୁ ସେଥିରୁ ଚାଳିଶ ଜଣଙ୍କ ଆକାଉଣ୍ଟରେ କେଉଁଠୁ ଟଙ୍କା ଆସିଛି ତାହା ଜଣାପଡ଼ିନାହିଁ ଓ ଲୋକମାନଙ୍କ ଆକାଉଣ୍ଟ ୩୦,୪୦,୬୦ ହଜାର ଠୁ ଆରମ୍ଭ କରି ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଆସିଥିବା ଜଣାପଡିଛି ବୋଲି କହିଛନ୍ତି ବାଟିପଡା ଶାଖା ପରିଚାଳକ ପ୍ରତାପ ପ୍ରଧାନ ।

Advertisement

ଗତକାଲି ବ୍ୟାଙ୍କ ଖୋଲିବା ପରେ ୨୦ରୁ ୩୦ ଗ୍ରାହକ ଟଙ୍କା ଉଠାଣ ପାଇଁ ଆସିଥିଲେ । ଏକକାଳୀନ ସମସ୍ତଙ୍କୁ ଆବଶ୍ୟକ ପରିମାଣର ଅର୍ଥ ପୈଠ କରିବା ସମ୍ଭବ ନ ଥିବାରୁ ସେ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯାଇଥିଲା । କିନ୍ତୁ ପରେ ଟଙ୍କା ଉଠାଣ ପାଇଁ ବ୍ୟାଙ୍କରେ ପ୍ରବଳ ଗହଳି ଓ ଠେଲାପେଲା ହେବାରୁ ପୁଲିସ ସହାୟତା ନିଆଯାଇଥିଲା ଓ ଟଙ୍କା ଉଠାଇବା ବନ୍ଦ କରି ଦିଆଯାଇଥିଲା ।

 

Leave a Reply

Your email address will not be published. Required fields are marked *