Pratidin TV

Odisha's Digital News Platform

ପ୍ରଶାସନ କରିପାରିଲନି ମୌଳିକ ସମସ୍ୟାର ସମାଧାନ ; ଭୋଟ ବର୍ଜନ କଲେ ଲୋକେ

1 min read

ଆଜି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ହେଲେ ମୌଳିକ ସୁବିଧା ସମାଧାନ କରିବା ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି ମୋହନା ନିର୍ବାଚନ ମଣ୍ଡଳୀର ଲୋକେ । ଗ୍ରାମବାସୀମାନେ ମୌଳିକ ସୁବିଧା ଅଭାବରୁ ଆଜି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି । ଡେମିରିପଙ୍କl, ହୁରୁଗୁଡା,କେଲିଗୁଡା,ଡାବାଗୁଡା, ବାଲିଆଗୁଡାଗାଁ ୨୧ ବୁଥରେ ବିଭିର୍ନ ପ୍ରକାରର ମୌଳିକ ସୁବିଧା ପାଇନଥିବା ନେଇ ଗାଁଲୋକେଭୋଟ ବର୍ଜନ କରିଛନ୍ତି l

ପାନୀୟ ଜଳ ସମସ୍ୟା ,ରାସ୍ତାଘାଟ ଓ ଅନ୍ୟ ସମସ୍ୟା ନେଇ ନେତା ,ବିଧାୟକ ଓ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା । ସମସ୍ତେ କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ କେହି କିଛି କରିନଥିଲେ। ଏହାରି ପ୍ରତିବାଦରେ ଭୋଟ୍ ବର୍ଜନ କରି ପ୍ରତିବାଦ କରୁଥିବା କହିଛନ୍ତି ସେଠିକାର ବାସିନ୍ଦା । ସୂଚନାଯୋଗ୍ୟ, ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ମତଦାନ ଚାଲିଛି। ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ ।

Advertisement

Leave a Reply

Your email address will not be published. Required fields are marked *