Pratidin TV

Odisha's Digital News Platform

ଋତୁସ୍ରାବ ସମୟରେ ହେଉଛି କି ଅସହ୍ୟ ଯନ୍ତ୍ରଣା ? ତେବେ ଦୂରେଇ ରୁହନ୍ତୁ ଏସବୁ ଖାଦ୍ୟରୁ ନଚେତ୍ ..

1 min read

ନୂଆଦିଲ୍ଲୀ : ସାଧାରଣତ ଋତୁସ୍ରାବ ଏକ ପ୍ରାକୃତିକ ପକ୍ରିୟା । ପ୍ରତ୍ୟକ ମାସରେ ମହିଳା ମାନେ ଏହି ପକ୍ରିୟା ଦେଇ ଗତି କରନ୍ତି । ଯେଉଁଥିରେ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ମହିଳାଙ୍କ ଶରୀରରୁ ରକ୍ତସ୍ରାବ ହୋଇଥାଏ । ଏହି ସମୟରେ ସମୟରେ ପ୍ରାୟତ ମହିଳାମାନଙ୍କ ପେଟ ଓ ଅଣ୍ଟାରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ । କାହାର ପେଟ କାଟେ ତ ପୁଣି କାହାର ଅଣ୍ଟା ବିନ୍ଧା ହୁଏ ଆଉ କାହାର ମୁଣ୍ଡବୁଲାଇବା ସହ ହାତଗୋଡ ଥରିବା ଭଳି ଲାଗେ । ତେବେ ଏ ସମୟରେ ହେଉଥିବା ଅସହ୍ୟ ଯନ୍ତ୍ରଣା ପଛରେ ଅନେକ ଗୁଡିଏ କାରଣ ଥାଏ । କିନ୍ତୁ ପ୍ରାୟତ ଆପଣ ଋତୁସ୍ରାବ ସମୟରେ ଖାଉଥିବା ଖାଦ୍ୟ ଯୋଗୁ ଏହି ଯନ୍ତ୍ରଣା ଅନୁଭବ ହୋଇଥାଏ ବା ବଢିଥାଏ । ତେବେ ଆପଣମାନେ ଜାଣିଛନ୍ତି କି ଋତୁସ୍ରାବ ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ୍ ? ଯଦି ଆପଣମାନେ ଏହି ସମୟରେ ଫାଷ୍ଟପୁଡ୍ , ତୈଳଯୁକ୍ତ , ରାଗ ,ମସଲା , କୋଲ୍ଡଡ୍ରିକ୍ସ ଭଳି ଖାଦ୍ୟ ପାନୀୟ ଗ୍ରହଣ କରୁଥିଲେ ସାବଧାନ ।

ଫାଷ୍ଟ ଫୁଡ୍ / ପ୍ୟାକେଜିଂ ଫୁଡ୍ – ଋତୁସ୍ରାବ ସମୟରେ ଫାଷ୍ଟଫୁଡ୍ ବା ପ୍ୟାକେଜିଂ ଖାଦ୍ୟ କିମ୍ବା ଚିନି ମିଶିଥ୍ର ପଦାର୍ଥ ଯୁକ୍ତ ଖାଦ୍ୟ ଆପଣଙ୍କ ପେଟ ଯନ୍ତ୍ରଣାକୁ ବଢାଇପାରେ । ତେଣୁ ଏହି ସମୟରେ ଫାଷ୍ଟଫୁଡ୍ ବା ପ୍ୟାକେଜିଂ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

Advertisement

କଫି– ଅନେକ ମହିଳାଙ୍କୁ ଋତୁସ୍ରାବ ସମୟରେ ଗରମ ଜିନିଷ ପିଇବାକୁ ଭଲ ଲାଗେ ସେ କଫି ହେଉ କିମ୍ବା ଚା । କିନ୍ତୁ ସାବଧାନ କଫିରେ ଥିବା ବାସୋକୋନଷ୍ଟ୍ରିକ୍ଟିଭ୍ ଯୋଗୁ ପେଟ ଯନ୍ତ୍ରଣା ବଢିପାରେ । ଆପଣାମନେ କଫି ବଦଳରେ କାଢା କିମ୍ବା ଅଦା ରସ , ଗୋଲମରିଚ ଗୁଣ୍ଡକୁ ଉସୁମ ପାଣିରେ ମିଶାଇ ପିଇପାରିବେ ଏହା ଦ୍ୱାରା ଯନ୍ତ୍ରଣାରୁ ଉପସମ ମିଳିଥାଏ ।

ରିଫାଇଣ୍ଡ କାର୍ବୋହାଇଡ୍ରେଟ୍ – ରିଫାଇଣ୍ଡ କାର୍ବୋହାଇଡ୍ରେଟ , ଧଳା ପାଉଁରୁଟି ,ଧଳା ଚାଉଳ ଯୁକ୍ତ ଖାଦ୍ୟ ଯନ୍ତ୍ରଣା ବଢାଏ ।

ଡାଏରୀ ପ୍ରଡକ୍ଟ – ଡାଏରୀ ପ୍ରଡକ୍ଟ ଗୁଡିକରେ ଲେକ୍ଟୋସ ରହିଥାଏ । ଡାଏରୀ ପ୍ରଡକ୍ଟରେ ଥିବା ଲେକ୍ଟୋସ କାରଣରୁ ଋତୁସ୍ରାବ ସମୟରେ ଯନ୍ତ୍ରଣା ବଢିଥାଏ । ସେଥିପାଇଁ ଏହି ସମୟରେ କ୍ଷୀର ଓ ଦହି ଭଳି ଡାଏରୀ ପ୍ରଡକ୍ଟରୁ ଦୂରେଇ ରୁହନ୍ତୁ ।

ଅଧିକ ମିଠା ଖାଦ୍ୟ – କେକ୍ , ପେଷ୍ଟଟ୍ରି ,ସୋଡା ଓ କ୍ୟାଣ୍‌ଡି ଚକଲେଟ୍ ଭଳି ଅଧିକ ଚିନିଯୁକ୍ତ ଖାଦ୍ୟ ଶରୀରରେ ଯନ୍ତ୍ରଣା ବଢାଇବା ସହ ହରମୋନାଲ ଅସନ୍ତୁଳନର କାରଣ ବନିଥାଏ ।

ଟ୍ରାନ୍ସ ଫ୍ୟାଟ୍ – ଋତୁସ୍ରାବ ବେଳେ ଟ୍ରାନ୍ସ ଫ୍ୟାଟ ଖାଦ୍ୟ କ୍ଷତିକାରକ ସାଜିଥାଏ । ଯେପରିକି ଛଣା ଛଣି ଖାଦ୍ୟ , ତେଲଯୁକ୍ତ ଖାଦ୍ୟ । ଏଭଳି ଖାଦ୍ୟ ଶରୀରରେ ଯନ୍ତ୍ରଣା ବଢାଏ ।

ମଦ୍ୟପାନ – ନିସାଯୁକ୍ତ ଦ୍ରବ୍ୟ ଋତୁସ୍ରାବ ସମୟରେ ଯନ୍ତ୍ରଣା ବଢାଇଥାଏ । ତା ଛଡା ଏହା ଋରୁସ୍ରାବରେ ଅନିୟମିତତା ଓ ଅନ୍ୟ ଲକ୍ଷଣକୁ ବଢାଇପାରେ ।

Leave a Reply

Your email address will not be published. Required fields are marked *