Pratidin TV

Odisha's Digital News Platform

ଭୁବନେଶ୍ୱରରେ ୧୦ ଟି ମଣ୍ଡପକୁ ମିଳିଲା ଅନୁମତି , ଏହି ସବୁ ସ୍ଥାନରେ ହେବ ରାବଣପୋଡି ….

1 min read

ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ୧୦ଟି ସ୍ଥାନରେ ରାବଣ ପୋଡିକୁ ଅନୁମତି ମିଳିଛି । ଏନେଇ କମିଶନରେଟ୍ ପୋଲିସ ସୂଚନା ଦେଇ କହିଛି ଯେ ଯେଉଁ ପୂଜା ମଣ୍ଡପରେ ରାବଣ ପୋଡିକୁ ଅନୁମତି ମିଳିଛି ସେହି ପୂଜା ମଣ୍ଡପଗୁଡିକ କମିଶନରେଟ ପୋଲିସ୍‌ର ଗାଇଡ୍‌ଲାଇନ୍ ମାନିବାକୁ ବାଧ୍ୟ । ତାଛଡା କିଛି ଅଘଟଣ ନଘଟିବା ପାଇଁ ସମସ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

କମିଶନରେଟ ପୋଲିସ ପକ୍ଷରୁ ଅନୁମତି ମିଳିଥିବା ସ୍ଥାନ ଗୁଡିକ – ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ଼ ଏବଂ ଚନ୍ଦକା ପୂଜା ମଣ୍ଡପକୁ ଅନୁମତି ମିଳିଛି। ସେହିପରି ସିମୁଳିଆ ପାଟଣା ଦୋଳ ଯାତ୍ରା ପଡ଼ିଆ ଏବଂ କପିଳ ପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ହେବ ରାବଣପୋଡି ।

Advertisement

ରାବଣପୋଡି ହେଉଥିବା ସ୍ଥାନରୁ ୧୦୦ ମିଟର ଦୂରରେ ରହି ଦେଖିବାକୁ ପୋଲିସ ନିର୍ଦ୍ଦେଶାବଳୀ ଜାରି କରିଛି।

Leave a Reply

Your email address will not be published. Required fields are marked *