Pratidin TV

Odisha's Digital News Platform

ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ , ଆଜିଠାରୁ ଲାଗୁହେଲା ନୂଆ ଦର ..

1 min read

ନୂଆଦିଲ୍ଲୀ : ନଭେମ୍ବର ୧ ଅର୍ଥାତ୍ ଆଜିଠାରୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସପାଇବ । ଏହା ଲିଟର ପିଛା ୪୦ ପଇସା ହ୍ରାସପାଇବ । ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ୬ ଟା ଠାରୁ ନୂଆ ମୂଲ୍ୟ ଲାଗୁ ହୋଇଛି। ପେଟ୍ରୋଲ ଓ ଡିଜେଲ ଦରର ୪୦-୪୦ ପଇସା ହ୍ରାସ କରିବା ପାଇଁ ତୈଳ କମ୍ପାନୀଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ୫ ଦିନ ପର‌୍ୟ୍ୟନ୍ତ ତୈଳ ଦରରେ ୪୦ ପଇସା ଲେଖାଏଁ ହ୍ରାସ ହେବ। ଏମିତି ପେଟ୍ରୋଲ ଓ ଡିଜେଲ ଦରର ମୋଟ ୨ ଟଙ୍କା ହ୍ରାସ ହେବ ବୋଲି ସୂଚନା ମିଳିଛି। ଆସନ୍ତା କାଲି ସକାଳ ୬ଟା ପରେ ଆପଣ ପେଟ୍ରୋଲ ଟାଙ୍କିରେ ତେଲ ପକାଇଲା ବେଳେ ଆପଣଙ୍କୁ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ୪୦ ପଇସା କମ୍ ପଡ଼ିବ।

Advertisement

ବର୍ତ୍ତମାନ ପାଇଁ ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯୬.୭୨ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୧୦୬.୩୧, କୋଲକାତାରେ ୧୦୬.୦୩ ଓ ଚେନ୍ନାଇରେ ୧୦୩.୬୩ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ୧୦୩.୧୯ ପଇସା ରହିଛି।
ଏହା ପୂର୍ବରୁ ଏପ୍ରିଲ ମାସରେ ଶେଷ ଥର ତେଲ ମୂଲ୍ୟରେ ହ୍ରାସ ପାଇଥିଲା। ମେ ୨୨ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ କେନ୍ଦ୍ରୀୟ ଶୁଳ୍କ ହ୍ରାସ କରିଥିଲେ।

Leave a Reply

Your email address will not be published. Required fields are marked *