Pratidin TV

Odisha's Digital News Platform

ସୁନା ଠାରୁ ବି ମହଙ୍ଗା ପେଟ୍ରୋଲ: ଜାଣନ୍ତୁ ୧୦ଟି ଦେଶ ଯେଉଁଠି ପେଟ୍ରୋଲ ଦର ଆକାଶ ଛୁଇଁଛି

1 min read

ନୂଆଦିଲ୍ଳୀ: ଋଷ୍‌-ୟୁକ୍ରେନ୍ ଯୁଦ୍ଧ ପରଠାରୁ ପେଟ୍ରୋଲ ଓ ଡିଜେଲ୍ ସହିତ ରନ୍ଧନ ଗ୍ୟାସର ମୂଲ୍ୟ ଆକାଶ ଛୁଇଁଛି । ଭାରତରେ ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ ସେଞ୍ଚୁରୀ ମାରି ସାରିଛି ତେଲ ଦର । ତେବେ ଏହା ମଧ୍ୟରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୧୧୦ ଡଲାରରେ ପହଞ୍ଚିଛି । ତେବେ ଆପଣ ଜାଣିଛନ୍ତି ବିଶ୍ୱର ଏମିତି କିଛି ଦେଶ ରହିଛି ଯେଉଁଠି ପେଟ୍ରୋଲର ମୂଲ୍ୟ ୨୦୦ ଟଙ୍କା ଉପରେ । ଭାରତୀୟ ବଜାର ତୁଳନାରେ ଦୁଇ ଗୁଣ ଅଧିକ ମୂଲ୍ୟରେ ମିଳୁଛି ପେଟ୍ରୋଲ ।

ଶୁକ୍ରବାରର ଦରକୁ ଧ୍ୟାନକୁ ନେଲେ ଦିଲ୍ଳୀରେ ପେଟ୍ରୋଲ ଦର୯୬.୭୨ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ଏହାର ମୂଲ୍ୟ ୧୦୯.୨୭ଟଙ୍କା ରହିଛି । ତେବେ ଆଶ୍ୱସ୍ତିର ବିଷୟ ଏହା କି ବିଶ୍ୱର ଯେଉଁ ୧୦ଟି ଦେଶରେ ମହଙ୍ଗା ପେଟ୍ରୋଲ ମିଳିଥାଏ ଭାରତ ସେହି ସୂଚୀରେ ନାହିଁ । ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ହିସାବରେ ହଂକଂରେ ପେଟ୍ରୋଲ ଲିଟରକୁ ୨୩୪.୩୩ଟଙ୍କା ରହିଥିବା ବେଳେ ଫିନଲ୍ୟାଣ୍ଡରେ ଏହା ୨୦୮.୪୦ ଟଙ୍କା ଏବଂ ଆଇସଲ୍ୟାଣ୍ଡରେ ୨୦୬.୪୮ଟଙ୍କା ରହିଛି ।

Advertisement

ନରୱେରେ ଏହି ମୂଲ୍ୟ ୨୦୧.୬୮, ଗ୍ରୀସରେ ୧୯୯.୭୬, ଡେନମାର୍କରେ ୧୯୭.୮୪, ନେଦରଲ୍ୟାଣ୍ଡସରେ ୧୯୪.୯୬, ମଧ୍ୟ ଆଫ୍ରିକାରେ ୧୮୮.୨୩, ମୋନାକୋରେ ୧୮୬.୩୧ ଟଙ୍କା ଏବଂ ସିଙ୍ଗାପୁରରେ ୧୮୩.୪୩ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *