Pratidin TV

Odisha's Digital News Platform

ଆଜି ପ୍ରକାଶ ପାଇବ ପିଜି ୨ୟ ମେଧା ତାଲିକା

1 min read

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟ , ସ୍ୱୟଂଶାସିତ ବିଦ୍ୟାଳୟ ବା ଡିଗ୍ରୀ କଲେଜ ଗୁଡିକରେ ସ୍ନାତ୍ତକତର ବା ପିଜି ଆଡମିଶନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମେଧା ତାଲିକା ପ୍ରକାଶ ପାଇବ । ଶୁକ୍ରବାର ୨ ଟାରେ ପ୍ରକାଶ ପାଇବ ଏହି ୨ୟ ପର୍ଯ୍ୟାୟ ମେଧା ତାଲିକା । ଆସନ୍ତା ୨୪ ଓ ୨୫ ତାରିଖ ସଂନ୍ଧ୍ୟା ୫ ଟା ପର୍ଯ୍ୟାନ୍ତ ଛାତ୍ରଛାତ୍ରୀ ମାନେ ନାମ ଲେଖାଇବାକୁ ଥିବାବେଳେ ୨୬ ତାରିଖ ସଂନ୍ଧ୍ୟା ୬ଟା ସୁଦ୍ଧା ୨ୟ ପର୍ଯ୍ୟାୟର ନାମ ଲେଖା ପାଇଁ ତାରିଖ ପ୍ରକାଶ କରାଯିବ ।

ସେହିଭଳି ୨ୟ ପର୍ଯ୍ୟାୟ ପରେ ଯଦି ସିଟ୍ ବଳକା ରହିଲା ତେବେ ୨୯ ତାରିଖ ଦିନ ସାମସ୍ ୱେବସାଇଟରେ ଏହାର ତଥ୍ୟ ପ୍ରକାଶ କରାଯିବା ପରେ ଅକ୍ଟୋବର ୧୦ ତାରିଖରେ ସ୍ପଟ୍ ମେଧା ତାଲିକାର ପ୍ରକାଶ ପାଇବ । ସ୍ପଟରେ ଆଡମିଶନ କରିବାକୁ ଥିବା ଛାତ୍ରଛାତ୍ରୀମାନେ ଅକ୍ଟୋବର ୧୧ ଓ ୧୨ ତାରିଖ ଦିନ ରିପୋଟିଂ ପାଇଁ ବିଶ୍ୱ ବିଦ୍ୟାଳୟଗୁଡିକୁ ଯିବେ । ଏହାପରେ ୧୪ ତାରିଖ ଦିନ ଚୂଡାନ୍ତ ସ୍ପଟ ତାଲିକା ପ୍ରକାଶ ପାଇବା ପରେ , ୧୫ ରୁ ୧୭ ତାରିଖ ମଧ୍ୟରେ ସ୍ପଟ ଆଡମିସନ କରିପାରିବେ ଛାତ୍ରଛାତ୍ରୀ ।

Advertisement

Leave a Reply

Your email address will not be published. Required fields are marked *