Pratidin TV

Odisha's Digital News Platform

ପିଜି ନାମଲେଖା ପାଇଁ ପ୍ରକାଶ ପାଇଲା , ମେରିଟ୍ ଲିଷ୍ଟ

1 min read

ଭୁବନେଶ୍ୱର : ପିଜି ନାମଲେଖା ପାଇଁ ମେରିଟ୍ ଲିଷ୍ଟ ବା ମେଧା ତାଲିକା ପ୍ରକାଶ ପାଇଛି । ତେବେ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ମେଧା ତାଲିକା ସୋମବାର ପ୍ରକାଶ କରାଯାଇଛି । ସେହିପରି ଆସନ୍ତା ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲର୍ଟମେଣ୍ଟ କରାଯିବା । ଏହାପରେ ସେପ୍ଟେମ୍ବର ୧୬ ଓ ୧୭ ତାରିଖ ଯାଏଁ ଛାତ୍ରଛାତ୍ରୀ ମାନେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇପାରିବେ ।

ଛାତ୍ରଛାତ୍ରୀ ମାନେ ଅପ୍ଟନ ଅନୁଯାୟୀ ଅନ୍ୟ କେଉଁ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ଚାହୁଁଥିଲେ ସେମାନେ ସେପ୍ଟେମ୍ବର ୧୯ ତାରିଖ ଭିତରେ ସ୍ଲାଇଡ୍ ଅପ୍ ପାଇଁ ଆବେଦନ କରିପାରିବେ । ସେପ୍ଟେମ୍ବର ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟର ଆଲର୍ଟମେଣ୍ଟ ତାଲିକା ପ୍ରକାଶ ପାଇବ । ତେବେ ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖାଇ ପାରିବେ ।

Advertisement

ସେହିପରି ସେପ୍ଟେମ୍ବର ୨୯ ତାରିଖ ଦିନ ବାକିଥିବା ଖାଲି ସିଟ୍ ସର୍ମ୍ପକରେ ସାମ୍ସ ୱେବସାଇଟରେ ତଥ୍ୟ ପ୍ରକାଶ ପାଇବ । ଏହାସହ ଅକ୍ଟୋବର ୧୦ ତାରିଖ ଦିନ ସ୍ପଟ ଆଡମିଶନ ପାଇଁ ତଥ୍ୟ ଦିଆଯିବ ।

Leave a Reply

Your email address will not be published. Required fields are marked *