Pratidin TV

Odisha's Digital News Platform

ଷ୍ଟଡି ଟୁରରେ ଯାଇଥିବା ଶିକ୍ଷୟିତ୍ରୀ ଓ ଛାତ୍ରଙ୍କ ଫଟୋ ଭାଇରାଲ୍‌…

1 min read

ନୂଆଦିଲ୍ଲୀ: ଭାଇରାଲ ହେବାରେ ଲାଗିଛି ଶିକ୍ଷୟତ୍ରୀ ଓ ଜଣେ ଛାତ୍ରଙ୍କ ଫଟୋ । ଯେଉଁ ଫଟୋକୁ ନେଇ ନିନ୍ଦା କରୁଛନ୍ତି ଇଣ୍ଟରନେଟ ବ୍ୟବହାରକାରୀ ମାନେ । କାରଣ ଜଣେ ଗୁରୁଙ୍କ ପ୍ରତି ଶିର୍ଷ୍ୟର ଯଥେଷ୍ଠ ସମ୍ମାନ ରହୁଥିବା ବେଳେ ଏ ଫଟୋରେ କିନ୍ତୁ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏ ଶିକ୍ଷୟତ୍ରୀ ଏବଂ ଛାତ୍ର ଜଣକ ହେଉଛନ୍ତି କର୍ଣ୍ଣାଟକ ଚିକ୍କବଲ୍ଲାପୁର ଜିଲ୍ଲା ମୁରୁଗମଲ୍ଲା ସ୍ଥିତ ସରକାରୀ ବିଦ୍ୟାଳୟର । ଏକ ଷ୍ଟଡି ଟୁରରେ ଯାଇଥିବା ବେଳେ ଶିକ୍ଷୟିତ୍ରୀ ଜଣଙ୍କ ଉକ୍ତ ଛାତ୍ରଙ୍କ ସହିତ ରୋମାଣ୍ଟିକ୍ ଅନ୍ଦାଜରେ ଫଟୋ ଶୁଟ୍ କରିଥିଲେ । ଭାଇରାଲ ହୋଇଥିବା ଫଟୋ ଗୁଡିକରେ ଶିକ୍ଷୟିତ୍ରୀ ଜଣଙ୍କ ଛାତ୍ରଙ୍କୁ ଚୁମା ଦେଉଛନ୍ତି ତ ଆଉ କେଉଁଥିରେ ଛାତ୍ର ଜଣଙ୍କ ଶିକ୍ଷୟିତ୍ରୀଙ୍କୁ ଚୁମା ଦେଉଛନ୍ତି । ଆଉ କେଉଁ ଫଟୋରେ ଛାତ୍ର ଜଣଙ୍କ ତାଙ୍କ ଶିକ୍ଷୟିତ୍ରୀଙ୍କୁ ଟେକି ଧରିଛନ୍ତି ତ ଆଉ କେଉଁଥିରେ ତାଙ୍କ ଶାଢ଼ୀର କାନିକୁ ଟାଣି ଧରିଛନ୍ତି । ଏହି ଫଟୋଗୁଡିକ ଜଣେ ବ୍ୟକ୍ତି ନିଜର ସେସାିଆଲ ମିଡିଆ ଏକ୍ସ ଜରିଆରେ ପୋଷ୍ଟ କରି ସମାଜ କେଉଁ ଆଡକୁ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ଶିକ୍ଷୟତ୍ରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ।

ସେପଟେ ଏହି ଚିତ୍ରଗୁଡ଼ିକ ସାମ୍ନାକୁ ଆସିବା ପରେ ଲୋକମାନେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପରିକି ଛାତ୍ରଙ୍କ ପିତାମାତା ରୋମାଣ୍ଟିକ ଫଟୋସୁଟ ବିଷୟରେ ଜାଣିବା ପରେ ସଙ୍ଗେ ସଙ୍ଗେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ଆଚରଣର ବିସ୍ତୃତ ଅନୁସନ୍ଧାନ ପାଇଁ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଙ୍କ ନିକଟରେ ଅଭିଯୋଗ କରିଥିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *