Pratidin TV

Odisha's Digital News Platform

ଗୋଡ ଅପରେସନ କରିବାକୁ କରୁଥିଲେ ଗଞ୍ଜେଇ ଚାଲାଣ , ବାନ୍ଧିଲା ପୋଲିସ ..

1 min read

ଅଭାବ ସବୁବେଳେ ସ୍ଵଭାଵ ନଷ୍ଟ କରିଦିଏ l । ଆଉ ସେହି ଅଭାବରେ ଜଣେ କିଛିବି କରିବାକୁ ପଛେଇ ନଥାଏ ନିଜ ଗୋଡ଼ର ଅପରେସନ ନିମନ୍ତେ ଟଙ୍କା ଆବଶ୍ୟକ ଥିବାରୁ ସହଜରେ ଟଙ୍କା ଯୋଗାଡ଼ କରିବା ପାଇଁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରିଥିଲେ ଜଣେ ଦିବ୍ୟାଙ୍ଗ। ମାତ୍ର ତାଙ୍କର ସବୁ ଯୋଜନା ଫେଲ୍‌ ମାରିଲା। ଗଞ୍ଜେଇ ଜବତ ସହ ସମ୍ପୃକ୍ତ ଦିବ୍ୟାଙ୍ଗକୁ ମାଡ଼ି ବସିଛି ପୁଲିସ୍‌। ଏପରି ଏକ ଘଟଣା ଗଜପତି ଜିଲ୍ଲା ଅଡବା ଥାନା ଅଧୀନରେ ଘଟିଛି। ଗିରଫ ବ୍ୟକ୍ତିଜଣକ ତାମିଲନାଡୁର ଏସ.ଆର ମହାଦୀପନନ୍ଦ ନାଲ୍ଲାକୋଇ ବୋଲି ଜଣାଯାଇଛି ।କିଛି ମାସ ପୂର୍ବେ ଟ୍ରେନ୍‌ ଦୁର୍ଘଟଣାରେ ମହାଦୀପନନ୍ଦଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ତାଙ୍କର ଗୋଟିଏ ଗୋଡ଼ ଅକର୍ମଣ୍ୟ ହୋଇ ଯାଇଥିବା ବେଳେ ଅପରେସନ ପାଇଁ ପାଖରେ ଟଙ୍କାଟିଏ ନାହିଁ ।

ଏପରି ସ୍ଥଳରେ ସହଜରେ ଟଙ୍କା ଯୋଗାଡ଼ ନିମନ୍ତେ ସେ ଗଞ୍ଜେଇ ଚାଲାଣ କରିବା ବାଟ ବାଛିଥିଲେ । ଗଞ୍ଜେଇ କିଣିବା ନିମନ୍ତେ ସେ ଅଡ଼ବା ଥାନା ଅଧୀନ ରାଇଟଙ୍କା ଅଞ୍ଚଳକୁ ଆସିଥିଲେ। ସେଠାରୁ ପ୍ରାୟ ୯ କେଜି ଗଞ୍ଜେଇ କିଣି ୪ ପ୍ୟାକେଟରେ ତାହାକୁ ଧରି ତାମିଲନାଡ଼ୁ ଯାଇଥିଲେ। ଏଥିନିମନ୍ତେ ସେ ଡୁମିଗୁଡ଼ା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ। ସେଠାରୁ ସେ ବ୍ରହ୍ମପୁର ଯାଇ ଟ୍ରେନ୍‌ରେ ତାମିଲନାଡ଼ୁ ଯିବାକୁ ଟିକେଟ କରିଥିଲେ। ମାତ୍ର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍‌ ପହଞ୍ଚି ତାଙ୍କୁ ଡୁମିଗୁଡ଼ା ବସ୍‌ଷ୍ଟାଣ୍ଡ ନିକଟରୁ ଉଠାଇ ନେଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ମହାଦୀପନନ୍ଦ ପୂର୍ବରୁ ବି ଅଡ଼ବା ଅଞ୍ଚଳକୁ ଆସିଥିବା ପୁଲିସ୍‌ ଅଧିକାରୀ ପ୍ରକାଶ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *