Pratidin TV

Odisha's Digital News Platform

ପିକଅପ ଭ୍ୟାନ ଦେଲା ଧକ୍କା….ରାସ୍ତା କଡକୁ ଛିଟିକି ହୋଇପଡିଲେ ସ୍କୁଟି ଚାଳକ

1 min read

ଦିନକୁ ଦିନ ବଢୁଛି ସଡକ ଦୁର୍ଘଟଣା | ଦୁର୍ଘଟଣାରେ ଯାଉଛି ଅନେକଙ୍କ ଜୀବନ | ସେହିପରି ହୋଇଛି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଦୁର୍ଘଟଣାରେ ଦୁଇ ଗୁରୁତର। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଖେମକା ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକଅପ ଭ୍ୟାନ ଦେଲା ସ୍କୁଟିକୁ ଧକ୍କା | ଦ୍ରୁତଗତିରେ ମାଡ ହେବା ଫଳରେ ସ୍କୁଟିରେ ଥିବା ଯୁବକ ରାସ୍ତା କଡକୁ ଛିଟିକି ପଡିଥିଲେ |

ସୂଚନା ଅନୁଯାୟୀ ଭଦ୍ରକ ରାଣୀତାଲ ଆଡୁ ଆସୁଥିବା ସ୍କୁଟିକୁ ଖେମକା ଛକଠାରେ ଚରମ୍ପା ପଟୁ ଦ୍ରୁତଗତିରେ ଯାଉଥିବା ଏକ ପିକଅପ ଭ୍ୟାନ ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଯୁବକ ରାସ୍ତା କଡକୁ ଛିଟିକି ପଡିଥିଲେ। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନସକୁ ଡାକି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଜଣକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ରେଫର କରାଯାଇଥିଲା। ଦୁର୍ଘଟଣା ପରେ ପିକଅପ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ତେବେ ଏଭଳି ଦୁର୍ଘଟଣା ବାରମ୍ବାର ଘଟିବା ପରେ ବି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଜାତୀୟ ରାଜପଥ ଦେଇ ଯାଇଥିବା ଲୋକାଲ ରୋଡ଼ରେ ସବୁବେଳେ ଗାଡି ପାର୍କିଂ ହେଉଥିବା କାରଣରୁ ଏଭଳି ଦୁର୍ଘଟଣା ବାରମ୍ବାର ହେଉଥିବା ନେଇ ମଧ୍ୟ କହିଛନ୍ତି ସ୍ଥାନୀୟ ବାସିନ୍ଦା।

Advertisement

Leave a Reply

Your email address will not be published. Required fields are marked *