Pratidin TV

Odisha's Digital News Platform

କଲେଜ୍ ଛାତ୍ରୀଙ୍କୁ ପିଟି ଘୋଷାଡି ନେଲା ମେକ୍ସ ପିକଅଫ ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି….

1 min read

ବଲାଙ୍ଗୀର ; କଲେଜ ଯିବା ରାସ୍ତାରେ ଜଗି ବସିଥିଲା ଜମ । ଛାତ୍ରୀଙ୍କ ଉପରେ ଚଢ଼ିଗଲା ମେକ୍ସ ପିକଅଫ ଭ୍ୟାନ୍ ।
ଖବର ଅନୁଯାୟୀ ଆଜି ସକାଳ ସମୟରେ ବଲାଙ୍ଗୀର ଜିଲ୍ଲା ରାଜେନ୍ଦ୍ର କଲେଜ ଛକ ଠାରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏକ ପିକଅପ୍ ଭ୍ୟାନ୍ କିଛି ଶ୍ରମିକଙ୍କୁ ନେଇ ଦ୍ରୁତ ଗତିରେ ଯାଉଥିବା ସମୟରେ ଛାତ୍ରୀଙ୍କୁ ରାଜେନ୍ଦ୍ର କଲେଜ୍ ଛକ ନିକଟରେ ଛାତ୍ରୀଙ୍କୁ ଧକ୍କା ଦେଇ ଚଢିଯାଇଥିଲା ।

ଏହାପରେ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ଛାତ୍ରୀ ଜଣଙ୍କୁ ଗାଡି ଚକା ତଳୁ ଉଦ୍ଧାର କରି ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଓ ହାତ ଓ ପେଟ ରେ ଗୁରୁତର ଆଘାତ ଲାଗିଛି । ଛାତ୍ରୀ ଜଣଙ୍କ ମହିଳା କଲେଜର ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ନିର୍ମଲା ସୁନା ବୋଲି ଜଣାପଡିଛି । ଟାଉନ୍ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।

Advertisement

Leave a Reply

Your email address will not be published. Required fields are marked *