Pratidin TV

Odisha's Digital News Platform

ମୁହାଁ ମୁହିଁ ଧକ୍କା ହେଲା ପିକ୍‌ଅପ୍ ଓ ଆମ୍ବୁଲାନ୍ସ , ଡ୍ରାଇଭର ସହ ୪ ଗୁରୁତର ,…

1 min read

ଜଳେଶ୍ବର : ୧୦୮ ଆମ୍ବୁଲାନ୍ସ ଓ ପିକଅପ୍ ମୁହାଁମୁହିଁ ଧକ୍କା ଫଳରେ ୪ଜଣ ଗୁରୁତର । ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ର ମିରିଗିମୁଣ୍ତି ଛକ ନିକଟରେ ଆଜି ସକାଳ ସମୟରେ ଭୟଙ୍କର ସଡକ ସଡକ ଦୁର୍ଘଟଣା ଘଟିଛି।

ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ରୋଗୀ ନେଇ ୧୦୮ ଆମ୍ବୁଲାନ୍ସ ରେ ବାଲେଶ୍ବର ହସ୍ପିଟାଲକୁ ଯାଉଥିବା ସମୟରେ ମିରିଗୁମୁଣ୍ତି ଛକ ନିକଟରେ ଏକ ପିକଅପ ଭ୍ୟାନ ସହ ମୁଂହାମୁଂହି ଧକ୍କା ହୋଇ ଥିଲା । ଦୁର୍ଘଟଣା ରେ ଆମ୍ବୁଲାନ୍ସ ଟି ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସମେତ ୪ ଜଣ ଗୁରୁତର ହୋଇଛନ୍ତି ।

Advertisement

ଖବର ପାଇ ରୂପ୍ସା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ଅନ୍ୟ ଏକ ଆମ୍ଭୁଲାନ୍ସ ସାହାଯ୍ୟ ରେ ବାଲେଶ୍ବର ହସପିଟାଲ ପଠାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *