Pratidin TV

Odisha's Digital News Platform

ଓଲଟିଲା ପିକ୍‌ନିକ୍‌ ବସ୍‌, ଜଣେ ମୃତ, ୩୫ ଆହତ…

ଦିଗପହଣ୍ଡି: ପିକନିକ ଯିବା ହେଲା କାଳ । ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ବସ । ବସରେ ପାଖାପାଖି ୬୦ ଜଣ ପର୍ଯ୍ୟଟକ ରହିଥିବା ବେଖେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଲେ ୩୫ ଜଣ ଗୁରୁତର ଆହାତ ହୋଇଛନ୍ତି । ତେବେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲାର ତପ୍ତପାଣି ଘାଟିରେ । ସମସ୍ତଙ୍କ ପରି ବର୍ଷର ଶେଷ ଦିନରେ ଖୁସି ମନାଇବା ଯାଜପୁର ଜିଲାର ଦଶରଥପୁରପରୁ କିଛି ଲୋକ ବସ୍ ଯୋଗେ ପିକ୍‌ନିକ୍ ଯାଇଥିଲେ । ହେଲେ ପିକନିକ ଯିବା ବେଳେ ଏତେ ବଡ ଦୁର୍ଘଟଣା ଘଟିବା ତାହା କେବି କେହି ଭାବିନଥିଲେ । ତେବେ ଜିରାଙ୍ଗରୁ ଫେରୁଥିବାବେଳେ ବସଟି ହଠାତ୍ ନିଜର ଭାରସାମ୍ୟ ହରାଇ ଘାଟିକୁ ଓଲଟି ପଡିଥିଲା । ଫଳରେ ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥାଳରେ ହିଁ ଜଣଙ୍କର ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି । ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

Leave a Reply

Your email address will not be published. Required fields are marked *