Pratidin TV

Odisha's Digital News Platform

ଅମ୍ବାନୀଙ୍କ ଘରକୁ ଆସିବେ ସାନବହୁ , ସରିଲା ଅନନ୍ତ-ରାଧିକାଙ୍କ ନିର୍ବନ୍ଧ ..

1 min read

ମୁମ୍ବାଇ : ଅମ୍ୱାନୀ ପରିବାରକୁ ଆସିଲା ପୁଣି ଆଉ ଏକ ଖୁସି। ବିବାହ ବନ୍ଧନରେ ବାନ୍ଧି ହେବେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଙ୍କର ସାନ ପୁଅ ଅନନ୍ତ ଅମ୍ୱାନୀ । ପୁଅ ଅନନ୍ତ ଅମ୍ବାନୀ ଙ୍କ ସହ ରାଧିକାଙ୍କର ହେଲା ନିର୍ବନ୍ଧ । ଗୋଟିଏ ସପ୍ତାହ ମଧ୍ୟରେ ,ମୁକେଶ ଅମ୍ବାନି ଏବଂ ନୀତା ଅମ୍ବାନୀଙ୍କ ଘରକୁ ଆଉ ଏକ ଖୁସି ଆସିଛି । ଏହାପୂର୍ବରୁ ଝିଅ ଇଶା ଅମ୍ବାନି ଯାଆଁଳା ଛୁଆଙ୍କ ସହିତ ପ୍ରଥମ ଥର ପାଇଁ ଘରେ ପହଂଚିଥିଲେ । ଆଉ ଏବେ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ରାଧିକାଙ୍କ ସହିତ ନିର୍ବନ୍ଧ କରିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ସାନପୁଅ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରିଲାଏନ୍ସ ମୁଖ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ସେ ଦୀର୍ଘ ଦିନର ବାନ୍ଧବୀ ରାଧିକା ମର୍ଚ୍ଚାଂଟଙ୍କୁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ସମାରୋହ ରାଜସ୍ଥାନର ରାଜସମନ୍ତ ଜିଲାର ନାଥୱାରାଠାରେ ଅବସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ଅନନ୍ତ ଏବଂ ରାଧିକା କେବେ ବିବାହ କରିବେ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ ।

ଅନନ୍ତ ଏବଂ ରାଧିକା ପରସ୍ପରକୁ ବହୁତ ଦିନରୁ ଜାଣିଛନ୍ତି । ରାଧିକା ଅମ୍ବାନୀ ପରିବାରର ପ୍ରତ୍ୟେକ କାର୍ଯ୍ୟକ୍ରମରେ ନଜର ଆସନ୍ତି । ଖୁବଶୀଘ୍ର ସେ ଅମ୍ବାନୀ ପରିବାରର ସାନ ବୋହୂ ହୋଇଯିବେ । ଅନନ୍ତ ଏବଂ ରାଧିକା ନିର୍ବନ୍ଧ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନିର୍ଦ୍ଦେଶକ ପାରିମଲ ନାଥୱାନି ଟୁଇଟ୍ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନନ୍ତ ଏବଂ ରାଧିକା ପିଲାଦିନରୁ ପରସ୍ପରକୁ ଜାଣିଛନ୍ତି । ୨୦୧୮ରେ ଉଭୟଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରାଧିକା ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ।

Leave a Reply

Your email address will not be published. Required fields are marked *