Pratidin TV

Odisha's Digital News Platform

ଅଧା ରହିଗଲା ଜଗା ଦର୍ଶନ ; ୨୦ ଫୁଟ୍ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍ , ଚାଲିଗଲା ୪ ଜୀବନ

1 min read

ଜଳେଶ୍ବର ; ଅଧା ରହିଗଲା ଜଗା ଦର୍ଶନ,ଭାରସାମ୍ୟ ହରାଇ ଜାତୀୟ ରାଜପଥ ରୁ ୨୦ ଫୁଟ ତଳକୁ ଓଲଟିଲା ତୀର୍ଥ ଯାତ୍ରୀ ବସ। ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଚାଲି ଗଲା ୪ ଜଣ ତୀର୍ଥ ଯାତ୍ରୀ ଙ୍କ ଜୀବନ । ଏହି ଭୟଙ୍କର ଦୁର୍ଘଟଣାରେ
୨୩ ରୁ ଉର୍ଦ୍ଧ ତୀର୍ଥ ଯାତ୍ରୀ ଆହତ ହୋଇଥିବା ବେଳେ ୧୭ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ର ଏକତାଳି ବାଇପାସ ନିକଟରେ ରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗର ଓ ବଳରାମପୁର ଜିଲ୍ଲା ରୁ ୫୭ ଜଣ ତୀର୍ଥ ଯାତ୍ରୀ କ୍ରିଷ୍ଣା ନାମକ ଏକ ତୀର୍ଥ ଯାତ୍ରୀ ବସ ଯୋଗେ ଗତ ୧୮ ତାରିଖ ରୁ ତୀର୍ଥ ଯାତ୍ରା ପାଇଁ ବାହାରି ଥିଲେ। ଗତ ରାତି ପ୍ରାୟ ୧୨.୩୦ ସମୟ ରେ କଲିକତା ରୁ ପୁରୀ ଅଭିମୁଖେ ଯାଉଥିବା ୬୦ ନମ୍ବର ଜାତୀୟ ରାଜପଥ ର ଏକତାଳି ବାଇପାସ ନିକଟରେ ବସ ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ରୁ ୨୦ ଫୁଟ ତଳକୁ ଓଲଟି ପଡି ଥିଲା।

Advertisement

ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ , ଜଳେଶ୍ବର ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ହୋଇଥିଲା । ଘଟଣା ସ୍ଥଳରେ ଜଣେ ମହିଳା ଙ୍କ ସମେତ ୪ ଜଣ ତୀର୍ଥ ଯାତ୍ରୀ ଙ୍କ ମୃତ୍ୟୁ ହୋଇଛି । ଆହତ ହୋଇଥିବା ସମସ୍ତ ତୀର୍ଥ ଯାତ୍ରୀ ମାନଙ୍କୁ ଜଳେଶ୍ବର ଜିକେ ଭଟ୍ଟର ହସପିଟାଲ ରେ ଭର୍ତ୍ତି କରା ଯାଇ ଥିବା ବେଳେ ୧୭ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି । ଏଜେଣ୍ଟ ଓ କଣ୍ଡକ୍ଟର କୁ ଅଟକ ରଖି ଅଧିକ ତଦନ୍ତ କରୁଛି ଜଳେଶ୍ୱର ପୋଲିସ ।

Leave a Reply

Your email address will not be published. Required fields are marked *