(ଭିଡିଓ)ପସ୍ତାଉଛନ୍ତି ପିଣ୍ଟୁଙ୍କ ପତ୍ନୀ ପ୍ରତିଭା : ସ୍ୱାମୀଙ୍କୁ ସାଙ୍ଗରେ ଧରି ଗଲେ ସ୍ୱର୍ଗଦ୍ୱାର….
1 min readଭୁବନେଶ୍ୱର : ମଣିଷ ଦେହରୁ ତାର ଆତ୍ମା ବାହରିବା ପରେ ନା ଥାଏ ଆଉ ରାଗ ,ନା ଅଭିମାନ , ନା ଅହଂକାର । ଆଜି ପିଣ୍ଟୁଙ୍କ ଶବ ସହ ସବୁ ପୋଡି ପାଉଁସ ହୋଇଯିବ କିଛି ମୁହୁର୍ତ୍ତରେ । ଆଜି ପତ୍ନୀ ପ୍ରତୀଭାଙ୍କ ଆଖିରୁ ଶୁଖୁନି ଲୁହର ଧାରା । ଆଖିରେ ପଶ୍ଚାତାପ୍ , ମନରେ ଅକୁହା ଅଭିମାନ ଆଜି ସବୁ ଯେମିତି ପିଣ୍ଟୁଙ୍କ ସହ ନିରବି ଯାଇଛି । ମନରେ ଅଭିମାନ ସିନା ଥିଲା କିନ୍ତୁ ସ୍ୱାମୀଙ୍କ ସାଙ୍ଗରେ ହୋଇଥିବା ମନାନ୍ତର ମତାନ୍ତର କେଉଁଠି ନା କେଉଁଠି ତାଙ୍କ ପାଖକୁ ଆସିବାକୁ ରୋକିଦେଇଥିଲା । କିନ୍ତୁ ଆଜି ପିଣ୍ଟୁଙ୍କ ମୃତ୍ୟୁ ସବୁ ସୀମା ସବୁ ବାଡ ଭାଙ୍ଗିବା ଦେଇଛି । ପତ୍ନୀ ପ୍ରତିଭାଙ୍କୁ ଆସିବାକୁ ବାଧ୍ୟ କରିଛି । ଆଜି ଶେଷଥର ପାଇଁ ନିଜ ସ୍ୱାମୀଙ୍କୁ ଦେଖିବାକୁ ଧାଇଁ ଆସିଛନ୍ତି ପ୍ରତିଭା । ମନରେ ଥିବା ସବୁ ରାଗ,ଅଭିମାନ , ଅନେକଅକୁହା କଥା ଆଜି ବାକି ରହିଗଲା । ଆଉ କାହାକୁ ନିଜ ମନଖୋଲି ଅଭିଯୋଗ କରିବେ ପ୍ରତିଭା । ସବୁ ବନ୍ଧନ ତୁଟେଇ ଏକୁଟିଆ ଚାଲିଲେ ଆଜି ପିଣ୍ଟୁ…