Pratidin TV

Odisha's Digital News Platform

ବିଗିଡିଲା ପିଣ୍ଟୁଙ୍କ ସ୍ୱାସ୍ଥ୍ୟବସ୍ଥା : ଦିଲ୍ଲୀ ହସପିଟାଲରୁ ସ୍ଥାନାନ୍ତରଣ ହେଲେ ହାଇଦ୍ରାବାଦ୍,ମିଳିଲା ଡୋନର…

1 min read

ଭୁୁବନେଶ୍ୱର : ସବୁଠି ଫେଲ୍ ମାରୁଛି ଡ଼ାକ୍ତରୀ ଚିକିତ୍ସା ।ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ପରିବାର ଲୋକଙ୍କ ପର‌୍ୟ୍ୟନ୍ତ ସମସ୍ତେ ଆପ୍ରାଣ ଉଦ୍ୟମ କରୁଛନ୍ତି । ହେଲେ ଭାଗ୍ୟ ସାଥ୍ ଦେଉନି । ଯେଉଁଥିପାଇଁ ପ୍ରଥମେ ଭୁବନେଶ୍ୱର ପରେ ଦିଲ୍ଲୀର ଆଇଏଲ୍ବିଏସ୍ ହସ୍ପିଟାଲ ଆଊ ଏବେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବା କାରଣରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ ଯଶୋଦାକୁ ସ୍ଥାନାନ୍ତର ହୋଇଛନ୍ତି ଓଲିଉଡ଼୍ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ଆଜି ସକାଳୁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ଜଣାପଡ଼ିଛି । ଯେଉଁଥିରେ ଦେଖିବାକୁ ମିଳିଛି ପିଣ୍ଟୁ ନ୍ଦନ ଏକ ହ୍ୱିଇଲ୍ ଚେୟାରରେ ବସିଥିବା ବେଳେ ଅତି ଦୁର୍ବଳ ହୋଇପଡ଼ିଛନ୍ତି ପିଣ୍ଟୁ । ଯେତିକି ସମୟ ଗଡ଼ୁଛି ସେତିକି ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରେ ଲାଗିଛି । ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ତାହା ବି ଫେଲ୍ ମାରିଗଲା । ଏବେ ଏକ ମାତ୍ରା ସାହାରା ହାଇଦ୍ରାବାଦ୍ରେ ଥିବା ଘରୋଇ ହସ୍ପିଟାଲ ।

ସେଠାରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି । ତାଙ୍କର ଜଣେ ବନ୍ଧୁ ନିଜର ଲିଭର ଦାନ କରିବାକୁ ଯୋଜନା କରାଯାଇଛି । ଯକୃତ ପ୍ରତିରୋପଣ ପରେ ତାଙ୍କୁ ପ୍ରାୟ ୩ ମାସ ପର୍ୟ୍ୟନ୍ତ ଚିକିତ୍ସାଧୀନ ରଖାଯିବ । ଇତିମଧ୍ୟରେ ପିଣ୍ଟୁଙ୍କ ପାଇଁ ଅନେକ ଦିଗରୁ ଅର୍ଥ ସହାୟତା ମିଳିବାରେ ଲାଗିଛି ।

Advertisement

ଗତ କିଛିଦିନ ତଳେ ପିଣ୍ଟୁ ନନ୍ଦ ଲିଭର ସିରିଓସିସ ରୋଗରେ ପୀଡିତ ଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କର ଲିଭର ନଷ୍ଟ ହୋଇଥିବା କହିଛନ୍ତି ପିଣ୍ଟୁ ନନ୍ଦ । କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ଲିଭର ନଷ୍ଟ ହୋଇଛି । ପିଣ୍ଟୁଙ୍କ ଠିକ୍ ହେବପାଇଁ ତାଙ୍କୁ ଲିଭର ପ୍ରତିରୋପଣ କରିବାକୁ ପଡିବ । ଯେଉଁଥିରେ ପାଖାପାଖି ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ । ଏନେଇ ପିଣ୍ଟୁଙ୍କ ପରିବାର ଓ ବନ୍ଧୁବର୍ଗ ତା ସହ କିଛି କଳକାରମାନେ ମଧ୍ୟ ଟଙ୍କା ଯୋଗାଡରେ ଲାଗିପଡିଛନ୍ତି ।

Leave a Reply

Your email address will not be published. Required fields are marked *