Pratidin TV

Odisha's Digital News Platform

ବାତ୍ୟା ଆଶ୍ରୟସ୍ଥଳୀରୁ ଲୋକଙ୍କୁ ଗାଳି ଗୁଲଜ କରି ତଡି ଦେଲେ ପିଓ ମ୍ୟାଡାମ୍ ।

1 min read

ବାହାନଗା ; ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତ ର ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ରେ ବାତ୍ୟା ଦାନା ରୁ ରକ୍ଷା ପାଇବାପାଇଁ ପ୍ରଶାସନିକ ତରଫରୁ ସମସ୍ତ ବ୍ୟବସ୍ଥା ହୋଇଥିବା ବେଳେ ଗ୍ରାମର ଲୋକମାନେ ଆସି ଉକ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିଲେ ।

ଗତ ୨୪ତାରିଖ ରାତିରେ ବାତ୍ୟା ଦାନା ଲ୍ୟାଣ୍ଡଫଲ ହୋଇଥିଲା । ତାହା କିଛି ଘଣ୍ଟା ପରେ ବାତ୍ୟା ର ପ୍ରଭାବରେ ମେଘ, ସହିତ,୧୦୦ କିଲୋମିଟର ବେଗ ପବନ ର ବୁକୁ ଫଟା ଶବ୍ଦ, ସେହି ବୁକୁ ଫଟା ଶବ୍ଦ ରେ କେତ କ’ଣ ଘଟିଗଲା । କେତେ ବଡ ବଡ ଗଛ ଧରାଶାୟୀ ହୋଇଗଲା । କେତେ ଘର ମଧ୍ୟ ଉଜାଡିଦେଲା ଏହି ଦାନା । କିନ୍ତୁ ସେହି ପଵନ ମେଘରେ ବାତ୍ୟା ଆଶ୍ରୟସ୍ଥଳୀ ରେ ଦାନା ବାତ୍ୟା ରୁ ଜୀବନ କୁ ରକ୍ଷା କରିବା ପାଇଁ ଆଶ୍ରୟ ନେଇଥିଲେ ।

Advertisement

ବିଷ୍ଣୁ ପୁର ପଞ୍ଚାୟତ ଅଧିବାସୀ ମାନଙ୍କୁ ସେହି ପବନ,ମେଘ ରେବାତ୍ୟା ଆଶ୍ରୟସ୍ଥଳୀ ରୁ ବାହାରି ଯିବା ପାଇଁ ସୁରକ୍ଷା ଦାୟିତ୍ବ ରେ ଥିବା ପିଓ(ଲକ୍ଷ୍ମୀ ପ୍ରିୟା ପଣ୍ଡା) ବାତ୍ୟା ଆଶ୍ରୟସ୍ଥଳୀ ର ସୁରକ୍ଷା ଦାୟିତ୍ବ ରେ ଥିବା ଅକ୍ଷୟ ପଣ୍ଡା ଲୋକ ମାନଙ୍କୁ ଗାଳିଗୁଲଜ କରି ସେଠାରୁ ବାହାର କରିଦେଇଥିଲେ । ଏବଂ ଏଭଳି ବାତ୍ୟା ସ୍ଥତିିରେ ସେଠାରେ ଆଶ୍ରୟ ଦେବାତ ଦୂରର କଥା ଖାଇବାକୁ ମଧ୍ୟ ଦେଇନଥିଲେ । ଉକ୍ତ କେନ୍ଦ୍ରରେ ୮୦ବର୍ଷ ର ବୃଦ୍ଧ,ଵୃଦ୍ଧା ମା ମାନେ ଥିଲେ ଏବଂ ଗର୍ଭବତୀ ମହିଳା ମାନଙ୍କ ସହ ଛୋଟ ଛୋଟ ପିଲାମାନେ ରହିଥିଲେ ।

Leave a Reply

Your email address will not be published. Required fields are marked *