ଆଜିଠାରୁ ୧୫ ଦିନ ପର୍ଯ୍ୟନ୍ତ ପିତୃ ପୁରୁଷଙ୍କୁ କରନ୍ତୁ ପିଣ୍ଡଦାନ…
1 min readଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ ପିତୃପକ୍ଷ । ଏହି ପକ୍ଷରେ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଥାଏ । ତେବେ ଏହି ପିଣ୍ଡଦାନ ଆସନ୍ତା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଦିଆଯିବ । ହିନ୍ଦୁଧର୍ମ ଅନୁସାରେ ପିତୃପୁଷ ମାନଙ୍କୁ ପିଣ୍ଡଦାନ କରାଯିବାର ଶ୍ରେଷ୍ଠ ସମୟ ହେଉଛି ଆଶ୍ୱନ ମାସର ପ୍ରଥମ ପକ୍ଷ । ଯାହାକୁ ପିତୃପକ୍ଷ ବୋଲି କୁହାଯାଇଥାଏ । ପିତୃ ପକ୍ଷ ସମୟରେ ନିଜ ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ବ୍ରାହ୍ମଣ ମାନଙ୍କୁ ଭୋଜନ ଏବଂ ଦାନ କରାଯାଇଥାଏ । କୁହାଯାଇଥାଏ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ପିତୃ ପୁରୁଷ ମାନେ ଧରାବତଣ କରିଥାନ୍ତି । ତାଙ୍କର ପରପିଢି ମାନେ ଶ୍ରାଦ୍ଧଦେବା ବା ପିଣ୍ଡଦାନ କରିବା ଦ୍ୱାରା ସେମନେ ସନ୍ତଷ୍ଟ ହୋଇଥାନ୍ତି । ଲୋକମାନେ ପୁରୀରେ ଥିବା ତୀର୍ଥ ପୁଷ୍କରିଣୀ ଗୁଡିକରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି । କେବଳ ପୁରୀ ନୁହେଁ ଅନ୍ୟ ତୀର୍ଥ ସ୍ଥାନ କିମ୍ବା ଘରେ ମଧ୍ୟ ଶ୍ରାଦ୍ଧକାର୍ଯ୍ୟ କରାଯାଇଥାଏ ।
କୁହାଯାଏ ଯେ ପୂର୍ବ ପରୁଷଙ୍କୁ ଶ୍ରାଦ୍ଧ ଦେବା ସମୟରେ ବିଶେଷ ଧ୍ୟାନ ଦିଆଧାଇଥାଏ । ନଚେତ ପିତୃପୁରୁଷ ଅଶାନ୍ତି ରୁହନ୍ତି । ଫଳରେ ପରିବାରର ଅମଙ୍ଗଳ ହୋଇଥାଏ । ସେଥିପାଇଁ ଶ୍ରାଦ୍ଧ ସମୟରେ ଘରକୁ ଭଲ ଭାବରେ ସଫାସୁତୁରା ରଖନ୍ତି । ଗାଧୋଇବା ପରେ ଭୋଜନ ପ୍ରସ୍ତୁତ କରନ୍ତି । ବିନା ଆମିଶ ଓ ପିଆଜ ରସୁଣରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଖାଦ୍ୟ ପ୍ରସ୍ତୁତ ହେବା ପରେ ପ୍ରଥମେ ବ୍ରାହ୍ମଣ ମାନଙ୍କୁ ପିତ୍ତଳ କଂସା କିମ୍ବା ଚାନ୍ଦି ପାତ୍ରରେ ଖାଇବାକୁ ଦିଆଯାଇଥାଏ । ଆଉ ବ୍ରାହ୍ମଣ ମାନେ ଭୋଜନ କଲେ ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଥାଏ ।