Pratidin TV

Odisha's Digital News Platform

ବିମାନ ଉଡାଉଥିଲେ ସାମ୍ନାରେ ପଡିଗଲା ଗଛ, ଘଟିଗଲା ଦୁର୍ଘଟଣା ଭିତରେ ଥିଲେ ଭାରତର ୨ଟ୍ରେନି ପାଇଲଟ

1 min read

ଶନିବାର ଦିନ କାନାଡାରେ ଘଟିଲା ବଡ ଦୁର୍ଘଟଣା । ବ୍ରିଟିଶ କଲମ୍ବିଆରେ ହୋଇଛି ଏକ ବିମାନ ଦୁର୍ଘଟଣାର । ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଅପରାହ୍ନ ପ୍ରାୟ ୨ ଟା ସମୟରେ ଏହି ଘଟଣା ନେଇ କାନାଡା ପୋଲିସ ସୂଚନା ପାଇଥିଲା । ତେବେ ମୃତକଙ୍କ ଭିତରେ ୨ଜଣ ଟ୍ରେନିଂ ପାଇଲଟ ଥିଲେ ।ସେମାନେ ଭାରତ ସ୍ଥିତ ମୁମ୍ବାଇର ବାସିନ୍ଦା ଥିଲେ । ସେମାନଙ୍କର ନାମ ଅଭୟ ଗଡରୁ ଏବଂ ୟଶ ବିଜୟ ରାମୁଗଡେ ।
ସୂଚନା ଅନୁଯାୟୀ, କଲମ୍ବିଆ ପ୍ରଦେଶର ଭାନକୋଭଠାରେ ପ୍ରାୟ ୧୦୦ କିଲୋମିଟର ଦୁରରେ ଥିବା ପୂର୍ବ ଅଞ୍ଚଳରେ ଦୁର୍ଘଟଣା ଘଟିଛି ।ଟ୍ୱିନ୍‌-ଇଞ୍ଜିନ୍ ହାଲୁକା ବିମାନ ପାଇପର୍ ଚଇ-୩୪ ସେନେକା ଚିଲିୱାକ୍ ସହର ନିକଟ ଏକ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କୁହାଯାଉଛି ଯେ ବିମାନ ଉଡ଼ାଣ ବେଳେ ଗଛ ଓ ବୁଦା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ବିମାନ ଦୁର୍ଘଟଣାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିପାରି ନାହିଁ । କାନାଡାର ପରିବହନ ସୁରକ୍ଷା ବୋର୍ଡ କହିଛି ଯେ ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳକୁ ଏକ ଟିମ୍ ପଠାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା କାନାଡା ପୋଲିସ କହିଛି ଯେ ବର୍ତ୍ତମାନ ଦୁର୍ଘଟଣା ସ୍ଥଳକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ଅନ୍ୟ କେହି ଆହତ କିମ୍ବା ଏହି ଘଟଣାରେ ଅନ୍ୟ କୌଣସି ବିପଦ ଥିବା ସୂଚନା ନାହିଁ । ଦୁର୍ଘଟଣା ପରେ ୩ଢ଼ୃତକଙ୍କ ପରିବାରକୁ ଏନେଇ ସୂଚନା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *