Pratidin TV

Odisha's Digital News Platform

ମଝି ଆକାଶରେ ବିମାନ ଦୁର୍ଘଟଣା, ଆଖି ବୁଜିଲେ୯ ଜଣ ଯାତ୍ରୀ

1 min read

ଆକାଶରେ ଘଟିଲା ଦୁର୍ଘଟଣା ଏବଂ ଜଳାଶୟରୁ ମିଳିଲା ଭଗ୍ନାବଶେଷ | ଥାଇଲାଣ୍ଡ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗସ୍ତ ହୋଇ ସମସ୍ତ ୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି | ତେବେ ବିମାନ ବନ୍ଦର ଠାରୁ ପ୍ରାୟ ୪0 କିମି ଦୂର ଏକ ଜଳାଶୟରୁ ବିମାନର ଧ୍ୱଂସାବଶେଷ ମିଳିଛି | ସେଠାରୁ କୌଣସି ଯାତ୍ରୀ ଜୀବିତ ମିଳିନାହାନ୍ତି |

ତେବେ ଦୁର୍ଘଟଣାରେ ଶିକାର ହୋଇଥିବା ଛୋଟ ଯାତ୍ରୀବାହୀ ବିମାନରେ ୨ ଜଣ ପାଇଲଟଙ୍କ ସମେତ ମୋଟ ୯ ଜଣ ଯାତ୍ରା କରୁଥିଲେ | ଥାଇଲାଣ୍ଡର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସୂଚନା ଅନୁସାରେ ଗୁରୁବାର ଅପରାହ୍ନରେ ରାଜଧାନୀ ବ୍ୟାଙ୍କଗ ମୁଖ୍ୟ ବିମାନ ବନ୍ଦରରୁ ଏହି ବିମାନଟି ଉଡାଣ ଭରିଥିଲା | କିନ୍ତୁ ଏହାର କିଛି ସମୟ ମଧ୍ୟରେ ତାହା ଦୁର୍ଘଟର ଶିକାର ହୋଇଥିଲା | ବିମାନରେ ଥିବା ସମସ୍ତ ୯ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଏବେ ସନ୍ଦେହ କରାଯାଉଛି | ତେବେ ଉଦ୍ଧାର କର୍ମଚାରୀମାନେ ପ୍ରାୟ ୧ ଘଣ୍ଟା ଧରି ସର୍ଚ୍ଚ ଅପରେସନ ପରେ ଦୁର୍ଗମ ଅଞ୍ଚଳରୁ କ୍ଷତବିକ୍ଷତ ମୃତଦେହ ମିଳିଥିଲା | ତେବେ ମୃତକ ମାନଙ୍କ ପରିଚୟ ମିଳିପାରିନାହିଁ | ତେବେ ବିମାନରେ ଥିବ ବ୍ୟକ୍ତି ମାନଙ୍କ ମଧ୍ୟରେ ଥିଲେ ହଂକଂ ର ୫ ଜଣ ପର୍ଯ୍ୟଟକ, ୨ ଜଣ ଥାଇ ମହିଳା, କୃ ସଦସ୍ୟ ଏବଂ ପାଇଲଟଙ୍କ ସହ ସହ-ପାଇଲଟ |

ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ | ପ୍ରାଧିକରଣକାରୀ କହିଛନ୍ତି ଥାଇ-ଫ୍ଲାୟିଙ୍ଗ ସର୍ଭିସ ଦ୍ୱାରା ପରିଚାଳିତ ଏକ ଟରବୋ ପ୍ରୋ ବିମାନ ସ୍ଥାନୀୟ ସମୟ ଅପରାହ୍ନ ୨ଟା ୪୬ ମିନିଟରେ ବ୍ୟାଙ୍କଗ ସୁବର୍ଣ୍ଣ ଭୂମି ବିମାନ ବଂଦରରୁ ଉଡାଣ ଭରିଥିଲା | କିନ୍ତୁ ଠିକ ୧୧ମିନିଟ ପରେ ଏହାର ଟ୍ରାଫିକ ନିୟନ୍ତ୍ରଣ ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା |

Leave a Reply

Your email address will not be published. Required fields are marked *