Pratidin TV

Odisha's Digital News Platform

ଉକୁଣୀ ପାଇଁ ମଝି ଆକାଶରୁ ବିମାନ କଲା ଏମରଜିନ୍ସ ଲ୍ୟାଣ୍ଡିଂ..

1 min read

ଆପଣ ସବୁବେଳେ ଶୁଣିଥିବେ ବିମାନ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ବିମାନ ବନ୍ଦର ରେ କିଛି ଅସୁବିଧା ପାଇଁ ବିମାନକୁ ବେଳେବେଳେ ଜରୁରିକାଳୀନ ଅବତରଣ କରିବାକୁ ପଡ଼ିଥାଏ। ହେଲେ କେବେ ଶୁଣିଛନ୍ତି ମୁଣ୍ଡରେ ଥିବା ଉକୁଣୀ ପାଇଁ ବିମାନ ଅଟକିବାର । ହେଲେ ଏପରି ଆଶ୍ଚର୍ଯ୍ୟକର ଘଟଣା ଆମେରିକାରେ ଦେଖିବାକୁ ମିଳିଛି ।

 ଏକ ଆମେରିକୀୟ ଏୟାରଲାଇନ୍ସର ବିମାନରେ ଏପରି ଦେଖିବାକୁ ମିଳିଛି । ଟିକ୍‌ଟକ୍‌ କ୍ରିଏଟର ଏଥାନ ଜୁଡେଲସନ୍‌ ଫିନିକ୍ସକୁ ଯିବା ପରେ ଲସ୍‌ ଏଞ୍ଜେଲସରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏପରି ଘଟଣା ଘଟିଥିଲା। ଯାହା    ବିଷୟରେ ସେ ବିସ୍ତୃତ ବିବରଣୀ ଦେଇଛନ୍ତି। ଅଧିକ ବିବରଣୀ ସାମ୍ନାକୁ ଆସିବା ପୂର୍ବରୁ ଜୁଡେଲସନ ଏକ ଟିକ୍‌ଟକ୍‌ ଭିଡିଓରେ କହିଛନ୍ତି ଯେ, ଆମେରିକୀୟ ଏୟାରଲାଇନ୍ସ ତାଙ୍କୁ କାହିଁକି ବଦଳାଇବାକୁ ପଡ଼ିବ ସେ ଏନେଇ ସମସ୍ତଙ୍କ ସହ ଶେୟାର କରିଛନ୍ତି। ବିମାନରେ ଜଣେ ମହିଳା ସିଟ୍‌ରୁ ଉଠି ହଠାତ୍‌ ଚିତ୍କାର କରିଥିଲେ। ଏହା ଦେଖି ଲୋକେ କିଛି କାରଣ ବୁଝି ପାରି ନ ଥିଲେ। ଯାତ୍ରୀମାନେ ଭାବିଥିଲେ ସେ ବୋଧେ ଓହ୍ଲାଇବା ପାଇଁ ଚାହୁଁଛନ୍ତି। ମାତ୍ର କାରଣ ଅଲଗା ଥିଲା। ତାଙ୍କ ପାଖରେ ବସିଥିବା ମହିଳାଙ୍କ ମୁଣ୍ଡରେ ଉକୁଣୀ ଚାଲୁଥିବାର ଦେଖି ସେ ଭୟରେ ଡୋର ପାଖକୁ ଦୌଡ଼ିଥିଲେ । ଫଳରେ ପାଇଲଟ୍‌ଙ୍କୁ ବିମାନଟିକୁ ଫିନିକ୍ସରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଏ ସମ୍ପର୍କରେ ଆମେରିକୀୟ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏୟାରଲାଇନ୍ସ କହିଛି, ମେଡିକାଲ ଏମର୍ଜେନ୍ସି ପାଇଁ ବିମାନଟି ଅବତରଣ କରିଥିଲା।

Advertisement

Leave a Reply

Your email address will not be published. Required fields are marked *