Pratidin TV

Odisha's Digital News Platform

ଶସ୍ତା ହୋଇଗଲା ବିମାନ ଯାତ୍ରା , ମାତ୍ର ୧୦୦ ଟଙ୍କାରେ ଆପଣ କରିପାରିବେ ବିମାନରେ ଯାତ୍ରା …

1 min read

ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଆପଣ ଯୋଜନା କରୁଛନ୍ତି କି ? ତାହେଲେ ଏହି ଖବର କେବଳ ଆପଣଙ୍କ ପାଇଁ । ଏବେ ଆପଣ ବିମାନରେ ବସି ଯାତ୍ରା କରିପାରିବେ । କାରଣ ଶସ୍ତା ହୋଇଯାଇଛି ବିମାନ ଦର । ତେବେ ଏଥିପାଇଁ ଆପଣଙ୍କୁ ଆଉ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ଏବେ ଆପଣଙ୍କୁ ବିମାନରେ ଯାତ୍ରା କରିବା ପାଇଁ ଦେବାକୁ ପଡିବ ମାତ୍ର ୧୦୦ ଟଙ୍କା । ଏକଥା ଶୁଣିବା ପରେ ଆପଣ କେବେବି ବିଶ୍ୱାସ କରିପାରିବେନି । ହେଲେ ଏହା ସମ୍ପୂର୍ଣ୍ଣ ସତ । ତେବେ ଆସନ୍ତୁ ଜାଣିବା ଏହି ଅଫର୍ ସମ୍ପର୍କରେ…

ଫ୍ଲାଇଟ୍ ବୁକିଂ ସାଇଟ୍ skyscanner ରେ ଏନେଇ ସୁବିଧା ରହିଛି । ଏଥିରେ ଏଲାୟନ୍ସ ଏୟାର ନିଜ ଯାତ୍ରୀଙ୍କୁ ସିଲଙ୍ଗରୁ ଗୌହାଟୀ ମଧ୍ୟରେ ଯାତ୍ରା କରିବା ପାଇଁ ଫ୍ଲାଇଟ୍ ଟିକେଟ୍ ମାତ୍ର ୧୦୦ ଟଙ୍କା ରଖିଛି । ଅଲଗା ଅଲଗା ବୁକିଂ ସାଇଟରେ ଏହାର ଦାମ୍ ୧୦୦ ଟଙ୍କାରୁ ୪୦୦ ଟଙ୍କା ମଧ୍ୟରେ ରହିଛି । ସ୍କାଏଜକ୍ୟାନର ଜଣାଇଛି କି ଯାତ୍ରାରେ ଯାତ୍ରୀଙ୍କୁ ୧୦୦ ଟଙ୍କାରେ ବିମାନ ଟିକେଟ୍ ମିଳୁଛି । ସେହିଭଳି ହାପିଫେୟାର୍ସରେ ଏହି ଟିକେଟ୍ ୨୮୫ ଟଙ୍କାରେ ମିଳୁଛି । କହିରଖୁଛୁ ଶିଲଙ୍ଗରୁ ଗୌହାଟୀ ମଧ୍ୟରେ ଦୂରତା ୯୦ କିଲୋମିଟର । ଯଦି ଏହି ଦୂରତା ଆପଣ ବସରେ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ପ୍ରାୟ ୨୮୫ ଟଙ୍କା ଦେବାକୁ ପଡିପାରେ । କିନ୍ତୁ ଏଲାୟନ୍ସ ଏୟାରର ଏହି ଅଫରରେ ଯାତ୍ରୀ ମାତ୍ର ୧୦୦ ଟଙ୍କାରେ ପୁରା ଯାତ୍ରା କରିପାରିବେ ।

Advertisement

Leave a Reply

Your email address will not be published. Required fields are marked *