Pratidin TV

Odisha's Digital News Platform

ଶ୍ରାବଣରେ କାଉଡିଆ ଙ୍କ ପାଇଁ କଟକଣା , ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ ମନା..

ଆସୁଛି ଶ୍ରାବଣ ମାସ ସୋମବାର ।ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼ ଲାଗିବ। ଏହାପୂର୍ବରୁ ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ ନେଇଛନ୍ତି ନିଷ୍ପତ୍ତି । ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀ ସଂପୂର୍ଣ୍ଣ ବାରଣ କରାଯାଇଛି । ନୂଆ ପୋଲ ପୂର୍ବରୁ ଶ୍ରାବଣ ସୋମବାର ବାହୁଙ୍ଗି ରଖିବେ କାଉଡ଼ିଆ ।

କାଉଡ଼ିଆମାନେ କେବଳ ମାଟି ଓ ପିତ୍ତଳ କଳସ ଆଣି ଜଳ ଲାଗି କରିବାକୁ ଆସିବେ। ଯଦି କେହି ଏହି ନିୟମ ନମାନିବେ ତାହେଲେ ଦେବୋତ୍ତର ବିଭାଗ ଓ ପୂଜକ କମିଟି ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *