Pratidin TV

Odisha's Digital News Platform

ଅଲଗା ହେବେ ସାନିଆ-ଶୋଏବ !

1 min read

ନୂଆଦିଲ୍ଲୀ : ଭାରତୀୟ ଟେନିସ ଖେଳାଲି ସାନିଆ ମିର୍ଜା ଏବଂ ପାକିସ୍ତାନି କ୍ରିକେଟର ସୋଏବ ମଲିକଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ପାକିସ୍ତାନି ଗଣମାଧ୍ୟମ ସୁଚନା ଅନୁଯାୟୀ ସାନିଆ ମିର୍ଜା ଏବଂ ଶୋଏବ ମଲ୍ଲିକ୍ ଦୁହେଁ ପରସ୍ପରପାଖରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି ।

ସାନିଆ ମିର୍ଜା ଏବଂ ଶୋଏବ ମଲିକ ୨୦୧୦ରେ ଏକ ବିବାଦୀୟ ପରିବେଶରେ ବିବାହ କରିଥିଲେ । ଏବଂ ଉଭୟେ ୨୦୧୮ ରେ ପିତାମାତା ହୋଇଥିଲେ।

Advertisement

ଏହାଭିତରେ ଅନ୍ୟ ଜଣେ ମହିଳା ଶୋଏବଙ୍କୁ ତାଙ୍କୁ ପ୍ରଥମେ ବିବାହ କରିଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ ମିର୍ଜା ଏବଂ ମଲିକ ନିଜ ପୁଅ ଇଜାନଙ୍କ ଜନ୍ମଦିନ ସେଲିବ୍ରେସନ କରିଥିଲେ। କିନ୍ତୁ ସାନିଆ ତାଙ୍କ ଇନଷ୍ଟାଗ୍ରାମରେ ପାର୍ଟିର ଚିତ୍ର ପୋଷ୍ଟ କରିନଥିଲେ। ଏହା ପ୍ରଶଂସକଙ୍କ ମନରେ ଆହୁରି ପ୍ରଶ୍ନ ବଢାଇଛି। ଏସବୁ କାରଣରୁ ଉଭୟଙ୍କ ଅଲଗା ହେବା ନେଇ କଳ୍ପନାଜଳ୍ପନା ଚାଲିଛି ।

Leave a Reply

Your email address will not be published. Required fields are marked *