Pratidin TV

Odisha's Digital News Platform

ଯୁକ୍ତ ୨ ନାମଲେଖା : ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

1 min read

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ (ପ୍ରଥମବର୍ଷ)ନାମଲେଖା ପାଇଁ ଜୁଲାଇ ୨୦ ରୁ ଆବେଦନ ଆରମ୍ଭ ହୋଇଯାଇଥିଲା । ତେବେ ଆଜି ଏହାର ପ୍ରଥମ (ମେରିଟ୍ ଲିଷ୍ଟ)ମେଧା ତାଲିକା ପ୍ରକାଶ ପାଇବ ।ଅପରାହ୍ନ ୩ ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ଅଗଷ୍ଟ ୧୯ରୁ ୨୫ ମଧ୍ୟରେ ନାମ ଲେଖାଇପାରିବେ ।

ପ୍ରଥମ ପର୍ଯ୍ୟୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଯଦି ଅନ୍ୟ କଲେଜରେ ଅପ୍ଟନ ଅନୁଯାୟୀ ଲେଖାଇବାକୁ ଚାହୁଁଥିବେ ,ସେମାନେ ୧୯ରୁ ୨୭ ତାରିଖ ମଧ୍ୟରେ ସ୍ଲାଇଡ୍ ଅପ୍ ଅନୁରୋଧ କରିପାରିବେ । ଏହାପରେ ସେପ୍ଟେମ୍ବର ୨ରେ ପ୍ରକାଶ ପାଇବ ୨ୟ ମେଧା ତାଲିକା ,ସେହିପରି ସେପ୍ଟେମ୍ବର ୫ରୁ ୭ ମଧ୍ୟରେ ଛାତ୍ରଛାତ୍ରୀ ମାନେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇପାରିବେ । ଶେଷରେ ସେପ୍ଟେମ୍ବର ୧୩ ରେ ପ୍ରକାଶ ପାଇବ ସ୍ପଟ ସିଲେକ୍ସନ୍ ।ଏହାର ନାମଲେଖା ୧୫ ତାରିଖରେ କରିପାରିବେ ଛାତ୍ରଛାତ୍ରୀ ।

Advertisement

ଚଳିତବର୍ଷ ୨ ହଜାର ୬୫ କଲେଜର ୫ ଲକ୍ଷ ୭ ହଜାର ୫୦୨ ସିଟ୍ ପାଇଁ ୫ ଲକ୍ଷ ୭ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୭୫ ହଜାର ୯୯୦ ଜଣ ଅନ୍ଲାଇନ୍ରେ ଆବେଦନ କରିଥିବା ବେଳେ ୪ ଲକ୍ଷ ୭୧ ହଜାର ୩୨୪ ଜଣ ଅନ୍ଲାଇନ୍ରେ ଫି’ ଦାଖଲ କରିଛନ୍ତି

Leave a Reply

Your email address will not be published. Required fields are marked *