Pratidin TV

Odisha's Digital News Platform

ବୃଦ୍ଧି ପାଇଲା ଯୁକ୍ତ ୨ ନାମଲେଖା ଅବଧି : ଜାଣନ୍ତୁ କେବେ ଯାଏ କରେଇପାରିବେ ଛାତ୍ରଛାତ୍ରୀ ଆଡମିଶନ୍‌

1 min read

ଭୁୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତି କେବଳ ଲୋକମାନଙ୍କ ଧନ ଜୀବନ ଉପରେ ପ୍ରଭାବ ପକାଇ ନାହିଁ । ବରଂ ଏହା ଆମ ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ କରିଛି । ବନ୍ୟା ପରିସ୍ଥିତି ଯୋଗୁ ରାଜ୍ୟରେ ଆସନ୍ତାକାଲି ହେବାକୁ ଥିବା ଏଏସଓ ପରୀକ୍ଷାକୁ ମଧ୍ୟ ୨୭ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଛି ।କାରଣ ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁ ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ଏନେଇ ଉଚ୍ଚ ମାଧ୍ୟମିକ ପରିଷଦ ମଧ୍ୟ ଯୁକ୍ତ ୨ ପିଲାମାନଙ୍କର ନାମଲେଖାଇବା ଅବଧିକୁ ବୃଦ୍ଧି କରାଇଛନ୍ତି ।

ଅଗଷ୍ଟ ୧୯ରୁ ୨୫ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ପର୍ଯ୍ୟୟର ନାମ ଲେଖାକୁ ଅଗଷ୍ଟ ୩୦ ତାରିଖ ଯାଏ ବଢାଇ ଦିଆଯାଇଛି ।

Advertisement

ସେହିପରି ଦ୍ୱିତୀୟ ପର୍ଯ୍ୟୟର ନାମଲେଖାଟି ସେପ୍ଟେମ୍ବର ୫ରୁ ୭ ତାରିଖ ଯାଏ ଥିବାବେଳେ ଏହାକୁ ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସ ।

Leave a Reply

Your email address will not be published. Required fields are marked *